ଖଲ୍ଲିକୋଟ ,(ଏସ୍ଏନ୍ୟୁଜ):ଗଞ୍ଜାମ ଛତ୍ରପୁର ଗ୍ରୀଡ୍ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରକ୍ ପଛରେ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣାରେ ଟ୍ରକ୍ ଚାଳକ ରାଜେଶ ଯାଦବ ଗୁରୁତର ଆହତ ହୋଇ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇଁ ଛତ୍ରପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକକୁ ଉଦ୍ଧାର କରିଥିଲେ । ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।