ଉଦଳା,(ଏସ୍ଏନ୍ୟୁଜ): ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିବା ଜଣେ ଯୁବକଙ୍କୁ ବନ କର୍ମଚାରୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମୃତଦେହକୁ ବିଟ୍ କାର୍ଯ୍ୟାଳୟ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ।
ଗତ ୯ ତାରିଖ ଦିନ କପ୍ତିପଦା ଥାନା ନଛିପୁର ଗ୍ରାମର ଗଜେନ୍ଦ୍ର ନାୟକ ନିଜର ଦୁଇ ଜଣ ସାଥୀଙ୍କ ସହିତ ଶିମିଳିପାଳ ଅଭୟାରଣ୍ୟକୁ ଶାଳପତ୍ର ତୋଳିବା ପାଇଁ ଯାଇଥିଲେ। ସେହି ଦିନ ସେ ଘରକୁ ଫେରି ନ ଥିବାବେଳେ ତିନି ଦିନ ଧରି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।

ପରବର୍ତ୍ତୀ ସମୟରେ ଗଜେନ୍ଦ୍ର ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବନ ବିଭାଗ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ବାରିପଦାରେ ପହଁଁଞ୍ଚିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି କଟକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକି ମୃତଦେହ ଆଣି ପରିବାର ଏବଂ ଗ୍ରାମବାସୀ ପୋଡାଡିହା ବିଟ୍ ହାଉସ୍ କାର୍ଯ୍ୟାଳୟ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗଜେନ୍ଦ୍ର ଜଙ୍ଗଲରେ ପ୍ରବେଶ କରିଥିବାରୁ ତାଙ୍କୁ ବନବିଭାଗ କର୍ମଚାରୀ ନିସ୍ତୁକ ମାଡ ମାରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି କି ତାଙ୍କ ଜୀଭ କାଟି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହା ସହିତ ମୃତ ଗଜେନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ। ତେବେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କରିଥତ୍ଲେ ସୁଦ୍ଧା କୌଣସି ସୁଫଳ ବାହାରି ପାରିନାହଁ ।