ଜୁଆ ଆଡ୍ଡାରେ ଚଢାଉ : ନଗଦ ୮୮ହଜାରରୁ ଅଧିକ ଟଙ୍କା ଜବତ,୧୧ ଗିରଫ

ବ୍ରହ୍ମପୁର ,(ଏସ୍‌ଏନ୍ୟୁଜ): ପୋଲିସ ପକ୍ଷରୁ ଜୁଆଡ୍ଡି କ୍ଲିନ୍‌ ଅପରେସନ ଜାରି । ଗତକିଛି ହେଲା ଜିଲ୍ଲା ଓ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଜୁଆ ଆଡ୍ଡା ସିଲ୍‌ କରିବା ସହ ଅନେକଙ୍କୁ ଗିରଫ କରାଯାଉଛି । ଏହାସହିତ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ୍‌ ଜବତ ମଧ୍ୟ କରାଯାଉଛି ।ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସିଥିଲା । ପୋଲିସ ଖବର ମିଳିବା ମାତ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ତେବେ ପୋଲିସକୁ ଏହି ଚଢାଉରେ ନଗଦ ୮୮ ହଜାର ୪ଶହ ଟଙ୍କା ଜବତ କରିବା ସହ ୧୧ଟି ମୋବାଇଲ ଫୋନ୍‌ ଜବତ କରିଛି । ସେହିପରି ଜୁଆ ଆଡ୍ଡାରୁ ୧୧ଜଣଙ୍କ ଗିରଫ ମଧ୍ୟ କରିଛି ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକିଛି ହେଲା ଜିଲ୍ଲାରୁ ଏକାଧିକ ଜୁଆଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସୁଛି । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢାଉ କରି ଅନେକଙ୍କୁ ଗିରଫ ମଧ୍ୟ କରୁଛି ।  

Leave A Reply

Your email address will not be published.