ସ୍କୁଲ ସିଲାବସ୍‌ କମାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ

୭ଦିନ ମଧ୍ୟରେ ହେବ ଘୋଷଣା

ଭୁବନେଶ୍ୱର ,ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ବିଦ୍ୟାଳୟ ସିଲାବସକୁ ଖୁବ୍‌ ଶୀଘ୍ର କାଟଛାଂଟ କରାଯିବ । କରୋନା ସଂକ୍ରମଣ ଫଳରେ ପିଲାଙ୍କ ପାଠପଢା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ହେତୁ ସରକାର ଏନେଇ ତତ୍ପରତା ଦେଖାଉଛନ୍ତି । ସପ୍ତାହ ମଧ୍ୟରେ ସରକାର ନିଷ୍ପତି ନେବେ । ଏଭଳି ମନ୍ତବ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଲା ଜୁନ୍‌ ୧୪ରୁ ପାଠପଢା ଆରମ୍ଭ ହେବା କଥା । ହେଲେ କୋଭିଡ୍‌୧୯ ପ୍ରକୋପର ଶିକ୍ଷା ବ୍ୟବସ୍ଥା ଠପ୍‌ ହୋଇ ପଡ଼ିଛି ।

ତେବେ ସିଲାବସକୁ ସଂକ୍ଷିପ୍ତ କରିବା ପାଇଁ ଏକ ଏକ୍ସପର୍ଟ କମିଟିର ସହଯୋଗ ନିଆଯାଇଥିଲା । ଅତି ଦରକାର ବିଷୟ ବସ୍ତୁକୁ ପ୍ରାଥମିକତା ଦେଇ ସେମାନେ ଏକ ନୂଆ ସିଲାବସ ପ୍ରସ୍ତୁତ ନେଇ ରିପୋର୍ଟ ଦେଇଛନ୍ତି । ଏବେ ରିପୋର୍ଟ ଉପରେ ଆଲୋଚନା ହେବ । ପ୍ରମୁଖ ସଚିବଙ୍କ ମାଧ୍ୟମରେ ଏହାର ଯାଞ୍ଚ ହେବ । କେତେ ପ୍ରତିଶତ ସିଲାବସ କମିବ ଓ କେଉଁ କେଉଁ ବିଷୟବସ୍ତୁ ବାଦ ପଡ଼ିବ ସେନେଇ ଟିପ୍ପଣୀ ଏବେ କରାଯାଇପାରିବ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଖୋଲିବା ଉପରେ ସିଲାବସର କାଟଛାଂଟ ସିଧାସଳଖ ଭାବେ ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ତାଙ୍କ କହିବା କଥା ଯେ ସ୍କୁଲ ବହୁୂତ ଦିନ ହେବ ବନ୍ଦ ହେଲାଣି । କେବେ ସ୍କୁଲ ଖୋଲିଲେ କେତେ ପାଠ୍ୟକ୍ରମ ପଢାଇ ହେବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ପାରିବ ।

Leave A Reply

Your email address will not be published.