ପୂର୍ବତନ କଂଗ୍ରେସ ପ୍ରାର୍ଥୀ ମାନସଙ୍କ ବିଜେଡିରେ ଯୋଗଦାନ

ବାଲେଶ୍ୱର ସଦରରେ ବିଜେଡ଼ିର କଳେବର ବୃଦ୍ଧି

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ବାଲେଶ୍ୱର ସଦର ଅଞ୍ଚଳର ଟାଣୁଆ ସଙ୍ଗଠକ ମାନସ ଦାସ ପଟ୍ଟନାୟକ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ମାନସଙ୍କ ବିଜେଡିରେ ଯୋଗଦାନ କଂଗ୍ରେସ ପାଇଁ ଝଟକା ସଦୃଶ । ଅନୁରୂପଭାବେ ବିଜେପି ପାଇଁ ଏକ ନୂଆ ସମସ୍ୟା । ୨୦୧୮ରେ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ମାନସ ଦାସପଟ୍ଟନାୟକ ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୋଇଥିଲେ ।ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ୧୯,୭୦୪ ଖଣ୍ଡ ଭୋଟ୍ ପାଇଥିଲେ । ଏହା ପୂର୍ବବର୍ଷ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୨୪,୭୨୦ ଖଣ୍ଡ ଭୋଟ ପାଇଥିଲେ । ନିଜସ୍ୱ ସାଙ୍ଗଠନିକ କ୍ଷମତା ଜରିଆରେ ୧୮,୦୦୦ରୁ ୨୫,୦୦୦ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ମାନସ ରଖନ୍ତି । ତେଣୁ ପୂର୍ବାପେକ୍ଷା ଏହି ଆସନରେ ବିଜେଡିର ଭୋଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

୨୦୧୯ରେ ବିଜେପିର ମଦନମୋହନ ଦତ୍ତ ଏହି ଆସନରୁ ବିଜୟୀ ହୋଇଥିଲେ । ତାଙ୍କର ଅକାଳ ବିୟୋଗ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ର ରାଜନୈତିକ ପରିସ୍ଥିତରେ ବ୍ୟାପକ ପରିବର୍ତ୍ତନ ଆସିଛି । ତେଣୁ ଏହି ଆସନକୁ ବଜାୟ ରଖିବା ଭାଜପା ପାଇଁ ଏତେଟା ସହଜ ନୁହେଁ ବୋଲି କୁହାଯାଉଛି । ଦିନ ଗଡିବା ସହ କୌଣସି ନା କୌଣସି ପଞ୍ଚାୟତରୁ ଅଥବା ୱାର୍ଡରୁ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଯାହା ବିଜେଡିର କଳେବର ବୃଦ୍ଧି କରୁଛି ।

Leave A Reply

Your email address will not be published.