ଭୁବନେଶ୍ୱର,(ଏସ୍ଏନ୍ୟୁଜ): ରାଜଧାନୀରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA) । ଏନ୍ଆଇଏ ଟିମ୍ ଭୁବନେଶ୍ୱରରେ ପହଞ୍ଚି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି । ଯାହାକି ଏବେ ଚାଞ୍ଚଲ୍ୟକର ବିଷୟ ପାଲଟିଛି ।କ୍ରାଇମ୍ବ୍ରାଞ୍ଚ ଓ କମିସନରେଟ୍ ପୋଲିସର ସହାୟତାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇନେଇଛି NIA । ତେବେ କେଉଁ ମାମଲାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏନ୍ଆଇଏ ଉଠାଇ ନେଇଛି ତାହା ସ୍ପଷ୍ଟ ହୋଇନି । ଏନ୍ଆଇଏ ପକ୍ଷରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରାଯାଉଥିବା ସୂଚନା ମିଳିଛି ।

ଯୁବକଜଣଙ୍କ ଗ୍ରାଜୁଏସନ କରୁଥିବା ଜଣାପଡିଛି । କୌଣସି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବାର ସୂଚନା ରହିଛି । ଯାହାଫଳରେ କି ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଯୁବକଙ୍କ ନିକଟରୁ ମୋବାଇଲ ଓ ଲାପ୍ଟପ ମଧ୍ୟ ଜବତ କରିଥିବାର ସୂଚନା ରହିଛି ।ତେବେ ସେହି ବ୍ୟକ୍ତି ଜଣକ କିଏ ? ଏବଂ ତାଙ୍କୁ କାହିଁକି ଉଠାଇଲା ଏନ୍ଆଇଏ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ । ହେଲେ ଉକ୍ତ ବ୍ୟକ୍ତି ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ରଖିଥିବା ନେଇ ସନ୍ଦେହ କରାଯାଉଛି ।