୩୩ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିଙ୍କ ତାଲିକା ଘୋଷଣା : ତାଲିକାରେ ୩ ବିଧାୟକ, ଅନେକ ନୂଆ ମୁହଁ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଆଗକୁ ରାଜ୍ୟରେ କଂଗ୍ରେସ ସଂଗଠିତ ହୋଇ ଲୋକଙ୍କ ପାଇଁ କାମ କରିବ। ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ନିଯୁକ୍ତ ପ୍ରଭାରି ଏ.ଚେଲ୍ଲାକୁମାର ରାଜ୍ୟ ଗସ୍ତରେ ଆସି ଏହି ସୂଚନା ଦେଇଥିଲେ। ଏଥିପାଇଁ ଜିଲ୍ଲା ସ୍ତରରେ ଖାଲି ପଡ଼ିଥିବା ସଭାପତି ପଦବି ପୂରଣ ପାଇଁ ପିସିସି ତରଫରୁ ଜିଲ୍ଲା ଓ ନଗର କଂଗ୍ରେସ ସଭାପତି ଚୟନ ନେଇ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)କୁ ତାଲିକା ପ୍ରଦାନ କରାଯାଇଥିଲା। ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ଅନୁମୋଦନ ପରେ ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ଆଜି ୩୩ଟି ସାଂଗଠନିକ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିଙ୍କ ନାମ ତାଲିକା ଜାରି କରିଛନ୍ତି। ଜିଲ୍ଲା ସଭାପତି ତାଲିକାରେ ଜଟଣୀ ବିଧାୟକ ସୁ‌ର ରାଉତରାୟ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପ୍ରମୁଖ ୩ ବିଧାୟକ ସ୍ଥାନ ପାଇଥିବାବେଳେ କେତେକ ପୂର୍ବତନ ବିଧାୟକ ଓ ପୂର୍ବତନ ସଭାପତିଙ୍କୁ ପୁଣି ଥରେ ଶ୍ରୀମତୀ ଗାନ୍ଧି ଦାୟିତ୍ବ ଦେଇଛନ୍ତି। ସେହିପରି ସଭାପତି ତାଲିକାରେ ୧୭ ଜଣ ପୁରୁଣା ମୁହଁ ସ୍ଥାନ ପାଇଥିବାବେଳେ ୧୬ ଜଣଙ୍କୁ ନୂଆ କରି ସାମିଲ କରାଯାଇଛି।

ତାଲିକା ଅନୁଯାୟୀ, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ବିପ୍ଳବ ଜେନା, ବଲାଙ୍ଗୀର ପାଇଁ ଦିଲ୍ଲୀପ କୁରମାର ବେହେରା, ବରଗଡ଼ ପାଇଁ ପୂର୍ବତନ ବିଧାୟକ ନିହାର ମହାନନ୍ଦା, ବାଲେଶ୍ବର ପାଇଁ ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ବର ବିଶ୍ବଜିତ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ଜିଲ୍ଲା କଂଗ୍ରସ ପାଇଁ ମାନସ ଚୌଧୁରୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କଟକ ନଗର କଂଗ୍ରେସ ସଭାପତି ଭାବେ ଗିରିବାଳା ବେହେରା, ଦେବଗଡ଼ ପାଇଁ ଉମା ଶଙ୍କର ସାହୁ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଦାୟିତ୍ବ ମିଳିଛି। ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ଜଗତସିଂହ ପୁର ପାଇଁ ନଟବର ବାରିକ, ଯାଜପୁର ପାଇଁ ମନୋଜ କୁମାର ରାଉତ, ଝାରସୁଗୁଡ଼ା ପାଇଁ ଭରତ ଅବସ୍ତି, କନ୍ଧମାଳ ପାଇଁ ଅନାମ ନାୟକ, କେନ୍ଦ୍ରାପଡ଼ା ପାଇଁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କେନ୍ଦୁଝର ପାଇଁ ବିପ୍ଲବ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଅବସ୍ଥାପିତ କରାଯାଇଛି।

ସେହିପରି କୋରାପୁଟ ପାଇଁ ପୂର୍ବତନ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ମୟୂରଭଞ୍ଜ ପାଇଁ ହେମନ୍ତ ଦାସ, ମାଲକାନଗିରି ପାଇଁ ଗୋବିନ୍ଦ ପାତ୍ର, ନବରଙ୍ଗପୁର ପାଇଁ ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ପାଇଁ ରଣଜିତ ଦାସ, ନୂଆପଡ଼ା ପାଇଁ ଘାସିରାମ ମାଝୀ, ପୁରୀ ପାଇଁ ଅଜିତ ମଙ୍ଗରାଜ, ରାଉରକେଲା ପାଇଁ ପୂର୍ବତନ ବିଧାୟକ ଜର୍ଜ ତିର୍କୀ. ରାୟଗଡ଼ା ପାଇଁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ପାଇଁ ଅଶ୍ବିନୀ ଗୁରୁ, ସୁବର୍ଣ୍ଣପୁର ପାଇଁ ଗୌରୀ ଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ପାଇଁ ବେଣୁ ମାଧବ ତ୍ରିପାଠୀ ଓ କଳାହାଣ୍ଡି ପାଇଁ ଭରତ ଭୂଷଣ ବିମାଲଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.