ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟିକୁ ନେଇ 5-Tର ଅଭିଯାନ : ଚୂଡ଼ାନ୍ତ ହେଉଛି ଅଭିଯୁକ୍ତଙ୍କ ନାଁ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟିକୁ ନେଇ 5Tର ଅଭିଯାନ । ଆସନ୍ତା ୪୫ ଦିନରେ କେଉଁଠି ଲଘୁ ଖଣିଜ ପଦାର୍ଥ ଚୋରି ଓ ଦାଦାବଟି ଅଭିଯାନ ଅଧିକ ହେଉଛି ତାର ତାଲିକା ପ୍ରସ୍ତୁତ କରାଯାଉଛି । ଗତ ଭିଡିଓ କନଫରେସିଂ ବୈଠକରେ ଏପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଦ୍ୱୈତ ନଗରୀରେ ଦାଦାବଟି ବଢ଼ୁଥିବା ନେଇ ତଥ୍ୟ ମିଳିଥିଲା । ତୃତୀୟ ପକ୍ଷ ସର୍ଭେ କରି ଏନେଇ ସୂଚନା ଦେଇଥିଲା । ଏହି ସୂଚନା ଆଧାରରେ ଚୋରି ଓ ବଟି ଆଦାୟ ରୋକିବାକୁ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ । 5T ଜରିଆରେ ଦାଦାବଟି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖାଯାଇଛି ।ସେପଟେ ଦାଦବଟିକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଜୋରସୋରରେ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ଆଣ୍ଟି ଏକ୍ସଷ୍ଟର୍ସନ ଫୋର୍ସ ଗଠନ କରାଯାଇଛି । ଏହି ଟିମ୍‌ ଦ୍ୱାରା ଦୁଇ ଦିନରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସମେତ ଜଣେ ବସ୍‌ ମାଲିକ ଓ ଅନ୍ୟ ଲୋକାଲ ଗୁଣ୍ଡା ସାମିଲ ଅଛନ୍ତି । ବରମୁଣ୍ଡାରେ ବସ୍‌ ମାଲିକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବସ୍‌ ମାଲିକ ଭରତ ପ୍ରଧାନ ଆଣ୍ଡ କୋ ଗିରଫ ହୋଇଛନ୍ତି ।ଏହା ପରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଦୁଇ ଦାଦା ଅଖାଡୁ ଓରଫ ଗଣେଶ ସାମନ୍ତରାୟ ଏବଂ ସିଲୁ ଭୋଇକୁ ଏୟାର ଫିଲ୍‌ଡ ଥାନା ପୋଲିସ ଗିରଫ କରିଥିବା ବେଳେ ବଟି ଆଦାୟ ଅଭିଯୋଗରେ ରାଜା ଓରଫ ଶୁଭ୍ରାଂଶୁ ଭଞ୍ଜକୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି । ସେହିଭଳି କଟକ ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ।

Leave A Reply

Your email address will not be published.