ପ୍ରବଳ ବର୍ଷିଲା: ମନ୍ଦିର, ଚାଷ ଜମି ଘର ବୁଡିଲା

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): କୋରାପୁଟ ଜିଲ୍ଲାର ସୁର୍ଲି, କୋଲାବ ଓ ସାବେରୀ ନଦୀରେ ଜଳସ୍ତର ବଢ଼ିବା ସହ ଦୁର୍ବିସହ ହୋଇଯାଇଛି ତଳିଆ ଅଂଚଳର ଜୀବନଯାତ୍ରା । ସାବେରୀ ନଦୀର ଜଳ ସ୍ତର ବଢିବା ଯୋଗୁଁ ନଦୀ କୂଳରେ ଥିବା ଘର ଓ ମନ୍ଦିର ସବୁ କିଛି ବୁଡି ଯାଇଛି ।

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିର ମୋଟୁ-ବିନାୟକପୁର ରାସ୍ତା ନଦୀର ଭ୍ରମ ସୃଷ୍ଟି କରିଛି । ମୋଟୁ ତହସିଲର ଆଲମା, ପେଟା ବିନାୟକପୁର, ମୁରଳିଗୁଡା,ବାରିବଂଛା ଗାଁର ଅଧିବାସୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ମୋଟୁ ମୁଗି ପଏଂଟ, ପୁରୁଣା ମୋଟୁ ଗାଁର ପରିସ୍ଥିତି କହିଲେ ନସରେ । ଏବେ ଏହି ଗାଁର ଲୋକମାନଙ୍କର ଚିନ୍ତାବଢ଼ିଛି । ବର୍ଷା ଯୋର୍ଗୁ ଚିତ୍ରକୋଣ୍ଡା ଅଂଚଳରେ ବ୍ୟାପକ ପରିମାଣର ଚାଷ ପ୍ରଭାବିତ ହୋଇଛି ।

ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ନଦୀ ବିପଦସଂକୁଳ ପରିସ୍ଥିତିରେ ଅଛି । କୋଷାଗୁମୁଡା ବ୍ଲକର ଦୁଗଲାହାଣ୍ଡି, ଜାଗିନିଗୁଡା, ଆସଙ୍ଗା, ପୋକଡିସେମଲା ଭଳି ୭ଟି ଗାଁର ଅବସ୍ଥା ସଂଘାତିକ । ଇନ୍ଦ୍ରାବତୀ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ଶହଶହ ଏକର ଚାଷ ଜମିରେ ବନ୍ୟା ପାଣି ଭର୍ତି ହୋଇିଛି ।

ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ମଧ୍ୟ ସ୍ଥିତି ସଂଗୀନ ରହିଛି । ଜଳକା ନଦୀ ଫୁଲିବା ଯୋଗୁଁ ବୁଡି ରହିଛି ଶହ ଧାନ ବିଲ । ଜଳକା ଦନୀ ବିପଦ ସଂକେତ ଉପରେ ବହୁଥିବା ବେଳେ ୫ଶହରୁ ଅଧିକ ହେକ୍ଟର ଧାନ ବିଲରେ ପାଣି ଜମି ରହିଛି ।

ଯାଜପୁର ଜିଲ୍ଳା ବଡଚଣା ବ୍ଲକର ବାଲିପଡିଆ, ବିକ୍ରମତିରଣ, ବରଦା ଆଦି ପଂଚାୟତର ବ୍ୟାପକ ଚାଷ ଜମିରେ ଗୋବରୀ ନଦୀର ପାଣି ପଶିଯାଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଫସଲ ବୁଡି ରହିଛି । କରୋନା କଟକଣା ଭିତରେ ବିଲରେ ଧାନ ରୁଆ ପୋତା ହୋଇଥିବା ବେଳେ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବ?ାଇ ଦେଇଛି ।

ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ନିମାପଡା ବ୍ଲକରେ ମଧ୍ୟ ବ୍ୟାପକ ଫସଲହାନୀର ଆଶଙ୍କା ସୃଷ୍ଟି ହୋଇଛି । ବାମନାଳ ପଂଚାୟତର ଭୁତପଦା, ପିପଳିଆ, ପାତି ଗାଁ ବିଶେଷ ପ୍ରଭାବିତ ହୋଇଛି । ବର୍ଷା ପାଣି ଜମି ରହିବା ଫଳରେ ଗ୍ରାମର ପ୍ରାୟ ଦୁଇହଜାର ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି ।

ଏପଟେ ରାଜ୍ୟରେ ବର୍ଷା ଯୋଗୁଁ ନଦୀରେ ପାଣି ଅଛି, କିନ୍ତୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେହିପରି ଜୁନ-ଜୁଲାଇ ମାସରେ ସୃଷ୍ଟିହୋଇଥିବା ବର୍ଷାଭାବ ଅଗଷ୍ଟ ମାସରେ ପୂରଣ ହୋଇଛି ବୋଲି କହିଛନ୍ତି ଏସଆରସି ଆଉ ଏସବୁ ଭିତରେ ଆଉ ଏକ ଲଘୁଚାତଳିଆ ଅଂଚଳର ଲୋକଙ୍କ ଚିନ୍ତା ବଢ଼ାଇଛି ।

Leave A Reply

Your email address will not be published.