ଭାଙ୍ଗିଗଲା ଜରଉ ବ୍ରିଜ୍ ଡାଇଭରସନ

ବଡଗଡରୁ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଭଞ୍ଜନଗର,(ଏସ୍‌ଏନ୍ୟୁଜ):ଗଞ୍ଜାମ ଜିଲ୍ଲା ବଡଗଡ ନିକଟରେ ନିର୍ମାଣଧିନ ଜରଉ ନଦୀ ସେତୁର ଡାଇଭରସନ ଭାଙ୍ଗିଯାଇଛି । ଡାଇଭରସନଟି ଭାଙ୍ଗି ଯାଇଥିବାକୁ ବଡଗଡରୁ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ସୋମବାର ରାତିଠାରୁ ଗଞ୍ଜାମ ଓ ଗଜପତି ସୀମାନ୍ତରେ ପ୍ରବଳ ବର୍ଷା ହେଉଛି । ବର୍ଷା ହେବା ଯୋଗୁଁ ଡାଇଭରସନ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ତେବେ ମଙ୍ଗଳବାର ଦିନ ଡାଇଭରସନଟି ଭାଙ୍ଗିଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି ।ସୂଚନାଯୋଗ୍ୟ ଯେ, ଗତ ତିତିଲି ବତ୍ୟାରେ ଏହି ବ୍ରିଜ୍ ଟି ଭାଙ୍ଗି ଯାଇଥିଲା । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିଲା ।

Leave A Reply

Your email address will not be published.