କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ସମ୍ ହସ୍ପିଟାଲର ୨ ଡାକ୍ତରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲର ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏଥିସହ ସେମାନଙ୍କ ସହଯୋଗୀ ଓ ସମ୍ ହସପିଟାଲର ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡାକ୍ତର ଇଶ୍ୱର ଚନ୍ଦ୍ର ବେହେରା ନିରବିଚ୍ଛିନ୍ନ ଭାବେ ରୋଗୀଙ୍କୁ ସେବା ଯୋଗାଇବା ସହ ସୁସ୍ଥ ହେଉଥିବା ରୋଗୀଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ପରାମର୍ଶ ଦେଉଛନ୍ତି । ଡାକ୍ତର ଇଶ୍ୱର ବେହେରା ଆଇସିୟୁରେ ରହୁଥିବା ରୋଗୀଙ୍କ ଦାୟିତ୍ୱ ନେଉଥିବା ବେଳେ ଇମ୍ୟୁନୋଲୋଜିଷ୍ଟ ଡାକ୍ଚର ପ୍ରଦୀପ କୁମାର ପାତ୍ର ସାମଗ୍ରିକ ଭାବେ କୋଭିଡ୍ ରୋଗୀଙ୍କ ଦାୟିତ୍ୱରେ ରହିଛନ୍ତି ।ଭଲ ହୋଇ ଯାଇଥିବା ବିଭିନ୍ନ ଆକ୍ରାନ୍ତଙ୍କଠୁ ଉଭୟଙ୍କ ସଂପର୍କରେ ଜାଣିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏମାନଙ୍କ ସହ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ସାଧୁବାଦ ପାଇବା ପରେ ଉଭୟ ଡାକ୍ତର ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀ କଥା ହେବା ପରେ ସେମାନେ ଆହୁରି ଉତ୍ସାହର ସହ ରୋଗୀ ସେବା କରିବେ । ଉଭୟ ଡାକ୍ତର ମଧ୍ୟ ସମ୍ ହସ୍ପିଟାଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.