ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବର୍ଷା: ଦୁଃଖ-କଷ୍ଟକୁ ପଛରେ ପକାଇ ନିସ୍ୱାର୍ଥପର ଭାବେ କରି ଚାଲିଛନ୍ତି ସେବା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଓଡିଆ ଚଳଚ୍ଚିତ୍ର ଜଗତରେ ଜଣେ ସୁପରିଚିତ ଓ ସୁନାମଧନ୍ୟ ନାୟିକ ହେଉଛନ୍ତି ବର୍ଷା ପ୍ରିୟଦର୍ଶନୀ। ବର୍ତ୍ତମାନ ପାରିବାରିକ ଝଡ଼ର ସମ୍ମୁଖୀନ କରୁଛନ୍ତି ବର୍ଷା। ହେଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ଦୁଃଖର ପାହାଡ ଉପ​‌ରେ ଛିଡ଼ା ହୋଇ ମଧ୍ୟ ଅନ୍ୟମାନଙ୍କ ଓଠରେ ହସ ଫୁଟାଇଛନ୍ତି।ଏଭଳି ସମୟରେ ବର୍ଷା ଥକିପଡି ନାହାନ୍ତି କି ଭାଙ୍ଗି ପଡି ନାହାନ୍ତି। ମନରେ ସାହାସ ଜୁଟାଇ ଆଗକୁ ବଢ଼ିଛନ୍ତି, ସମାଜର ହିତରେ ସେ ବହୁତ ଭଲ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ନାରୀମାନଙ୍କ ସୁରକ୍ଷା ଦିଗରେ ବର୍ଷା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ସମସ୍ତେ ଜାଣିଛନ୍ତି। ଏପରି କି ବହୁ ଅସହାୟ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଛନ୍ତି।କେବଳ ସେତିକି ନୁହେଁ, ନିକଟରେ କୋରାପୁଟର ଝିଅ ନମିତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ବର୍ଷା। ସେହିପରି ଦାରିଙ୍ଗବାଡିର ଜଣେ ଅସହାୟ କୁନି ଝିଅ ସୁନେଲିଙ୍କ ପାଇଁ ଜିଲ୍ଲା ପ୍ରଶାସନ ସହ ବର୍ଷା କଥା ହୋଇଥିଲେ। ଶେଷରେ କୁନି ସୁନେଲିଙ୍କୁ ସହଯୋଗର ହାତ ବଢ଼ିଥିଲା। ନିକଟକରେ ଦୟା ଆଶ୍ରମରେ ବର୍ଷା ପହଁଞ୍ଚିଥିଲେ। ସେଠାରେ ଥିବା ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।ସେମାନଙ୍କ ପାଇଁ କିଛି ସାମଗ୍ରୀ ଧରି ମଧ୍ୟ ଯାଇଥିଲେ। ଏହି କଥା କହିବାର କାରଣ ଯେ, ଜଣେ ନାରୀ ମନରେ ଏତେ ଦୁଃଖ-କଷ୍ଟ ଥାଇ ମଧ୍ୟ ସେ କିଭଳି ସମାଜର ତାଳେ ତାଳେ ଚାଲିପାରେ, ତାହାର ଜ୍ବଳନ୍ତା ଉଦାହରଣ ହେଉଛନ୍ତି ବର୍ଷା।  

Leave A Reply

Your email address will not be published.