ଭୁବନେଶ୍ୱର,(ଏସ୍ଏନ୍ୟୁଜ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନପତ୍ର ଦାଖଲ ଆଜିଠାରୁ ଆରମ୍ଭ ହେବ । ସରକାରୀ ଛୁଟି ଦିନ ବ୍ୟତୀତ ନାମାଙ୍କନ ୧୬ ତାରିଖ ଯାଏ ଚାଲିବ । ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରି ପାରିବେ ।

ପ୍ରାର୍ଥିପତ୍ର ୧୭ ତାରିଖରେ ଯାଞ୍ଚ ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ନଭେମ୍ବର ୩ ତାରିଖରେ ହେବ ଭୋଟ୍ ଗ୍ରହଣ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର । ୮୦ ବର୍ଷରୁ ଅଧିକ ବୟସର ନାଗରିକ, ଦିବ୍ୟାଙ୍ଗ ଓ କୋଭିଡ୍ ସଂକ୍ରମିତ ଭୋଟର ପୋଷ୍ଟାଲ ବାଲଟରେ ମତଦାନ କରିବା ବ୍ୟବସ୍ଥା କରାଯାଇଛି ।