ସାନଖେମୁଣ୍ଡି ,(ଏସ୍ଏନ୍ୟୁଜ):ଦୁର୍ଘଟଣାରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମରେ ।ସୂଚନାଯୋଗ୍ୟ ଯେ, ଗତ ୨୯ତାରିଖରେ ମାଲିକଙ୍କ ଡାକରା ପାଇଁ ନିଜ ଜନ୍ମ ମାଟି ଛାଡି ଦାଦନ ଖଟିବାକୁ ଯାଇଥିବା ଟୁକୁନା ଗୌଡ । ସୁରଟର ରାଧାକୃଷ୍ଣ ସୋସାଇଟି ଅଞ୍ଚଳର ପ୍ଲଟ ନଂ-୪୭୪୮ରେ ଥିବା ରାଜେଶ ଭାଇଙ୍କ କାରଖାନାରେ କାର୍ଯ୍ୟରତ ଥିବା ସମୟରେ କାରଖାନାର ବାହାରେ ବିଶ୍ରାମ ନେଉଥିଲେ । ଗତ ୬ ତାରିଖ ଭୋର ୫ଟାରେ ଏକ ମାଲ ବୋଝେଇ ଟ୍ରକ ପଛ ପଟୁ ଟୁକୁନାକୁ ଚାପି ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଯାଇଥିଲା । ଏହାପରେ କମ୍ପାନୀ ମାଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିବା ସେଠାରେ ଥିବା ଟୁକୁନାଙ୍କ ବଡ ଭାଇ ସହ ଗ୍ରାମବାସୀମାନେ କହିଛନ୍ତି । ତେଣୁ ସୁରଟକୁ ଯାଇ ବିନା ଇନସ୍ୟୁରାନ୍ସରେ କାର୍ଯ୍ୟ କରୁଥିବା ଦାଦନ ଯେ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି। ଅନ୍ୟପଟେ ଦୁଇଟି କୁନି କୁନି ପୁଅ ଝିଅ ଓ ରୋଗୀଣା ଶାଶୁକୁ ନେଇ କିଭକି ପରିବାର ଚଳାଇବେ ସେହି ଦୁଃଖରେ ମର୍ମାହତ ହୋଇପଡିଛନ୍ତି ମୃତ ଟୁକୁନାଙ୍କ ସ୍ତ୍ରୀ ମମତା ଗୌଡ । ତେଣୁ ଗ୍ରାମବାସୀ ତାଙ୍କ ପରିବାରକୁ ପ୍ରଶାସନିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଏବଂ ଟୁକୁନାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବ ପାଇଁ ଦାବି କରିଛନ୍ତି ।