ସହାୟତା ପାଇଁ ଜିଲାପାଳଙ୍କୁ ଅନୁରୋଧ କଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର,(ଏସ୍ଏନ୍ୟୁଜ):ଏହି ଅନନ୍ୟ ପ୍ରତିଭାଙ୍କ ସମ୍ପର୍କରେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସୁନେଲିଙ୍କ ନାଚ ଶିଖିବାର ଆଗ୍ରହ, ପାଠ ପଢିବାର ଇଚ୍ଛା, ଅଭିନୟ ଯାଦୁ ଦେଖାଇବାର ଉତ୍ସାହ ବର୍ଷାକୁ ମୁଗ୍ଧ କରିଥିଲା । ତେଣୁ ସୁନେଲିର ସୁନେଲି ଭବିଷ୍ୟତକୁ ଆହୁରି ସୁନିଶ୍ଚିତ କରିବା ପାଇଁ କନ୍ଧମାଳ ଜିଲାପାଳ ଡକ୍ଟର ବୃନ୍ଦା ଦେବରାଜନଙ୍କୁ ଅନୁରୋଧ କରିଛନ୍ତି ।

ବର୍ଷା ନିଜ ଟୁଇଟ୍ ର ହ୍ୟାଣ୍ଡେଲରୁ ଟୁଇଟ୍ କରି ଶୁକ୍ରବାର ଜିଲାପାଳଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ସୁନେଲିଙ୍କ ବାପାଙ୍କ ନାଁ ସୁକ୍ରୁ ଦିଗାଲ । ମା ଟୁନି ଦିଗାଲ । ସୁନେଲି ଅନ୍ୟ ଦୁଇ ଭଉଣୀ ଅଞ୍ଜଳି ଓ ରାହେଲ ।

ସାହି ପଡିଶାରେ ସୁନେଲି କୁନି ସେଲିବ୍ରେଟି । ତା ବୟସ ପିଲାମାନଙ୍କ ମଧ୍ୟରେ ସେ ତାରକା। ପିଲାଟିର ଇଚ୍ଛା ଅଛି, ତେଣୁ ତାକୁ ନିଶ୍ଚୟ ଭଲ ସୁଯୋଗ ମିଳିବ ବୋଲି ବନ୍ଧୁ, ପରିଜନ ଆଶାବାଦୀ ଅଛନ୍ତି ।