୨୦ ବର୍ଷ ପରେ ଓଡିଆ ସାଂସଦ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି

ନୂଆଦିଲ୍ଲୀ: ଆଜି ଓଡିଶା ପାଇଁ  ଏକ ଗର୍ବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଛନ୍ତି ।  ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ  ୨୦୨୦ ବିଲ୍‌ ଉପରେ ଆଲୋଚନା ବେଳେ ଓଡିଶାର ସାଂସଦ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି ।ଆଜି ଦିନର ଗୃହ କାର୍ଯ୍ୟ ସରିବା ପରେ ସସ୍ମିତଙ୍କୁ ଦଳମତ ନିର୍ବିଶେଷରେ ସାଂସଦମାନେ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଭାବେ ପଦାର୍ପଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସସ୍ମିତ ଗୃହର ସର୍ବ କନିଷ୍ଠ ସାଂସଦ ହୋଇଥିଲେ ମଧ୍ୟ ଗୃହ ପରିଚାଳନାରେ ତାଙ୍କର ଭଦ୍ର ଆଚରଣ ଏବଂ ଧୈର୍ଯ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ସସ୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇବା ପାଇଁ ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ସେ ଏଥିପାଇଁ ନବୀନ ପଟ୍ଟନାୟକ ଏବଂ ଓଡିଶାର ସାଢ଼େ ୪ କୋଟି ଲୋକଙ୍କୁୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ସାଢେ ୪ କୋଟି ଓଡ଼ିଆଙ୍କ  ସହଯୋଗ ଯୋଗୁଁ  ଆଜି ରାଜ୍ୟସଭାରେ ବଡ଼ ଦାୟିତ୍ୱ ତୁଲାଇ ପାରିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଏହା ନିଶ୍ଚିଭାବେ ଏକ ଗୌରବର ଦିନ ।

Leave A Reply

Your email address will not be published.