ରାଜ୍ୟରେ ଆଉ ୪ ହଜାର ୧୮୦ ଆକ୍ରାନ୍ତ ଚିହ୍ନଟ

ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି,୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୪୬୬ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୧୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡ଼ରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିର ୭୩, ବୌଦ୍ଧ ୫୬, କଟକ ୪୯୨, ଦେବଗଡ଼ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଯାଜପୁର ୧୮୪, ଝାରସୁଗୁଡ଼ା ୮୩, କଳାହାଣ୍ଡି ୬୭, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୧୨୧, କେନ୍ଦୁଝର ୭୩, କୋରାପୁଟ ୯୯, ମାଲକାନଗିରି ୫୩, ମୟୂରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ଼ ୫୪, ନୂଆପଡ଼ା ୫୪, ପୁରୀ ୧୬୬, ରାୟଗଡ଼ା ୧୬୦, ସମ୍ବଲପୁର ୧୨୭, ସୋନପୁର ୬୨, ସୁନ୍ଦରଗଡ଼ ୧୬୬ ଓ ବାହାରୁ ଆସିଥିବା ୩୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବରଗଡ଼, ବଲାଙ୍ଗିର, ମୟୂରଭଞ୍ଜ, କଟକ, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ୨, କେନ୍ଦ୍ରାପଡ଼ାରୁ ୨ ଓ ପୁରୀ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରଏ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି ।ରାଜ୍ୟରେ ଏଯାବତ୍ ୧ ଲକ୍ଷ ୭୧ ହଜାର ୩୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ରାଜ୍ୟରେ ୩୭ ହଜାର ୧୪୦ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।

Leave A Reply

Your email address will not be published.