ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୬୫୬ କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୯ ଜଣ ପୁରୁଷ ଅଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୫୬ ରେ ପହଞ୍ଚିଛି ।ମାନସିକ ରୋଗରେ ପୀଡ଼ିତ ଥିବା କଳାହାଣ୍ଡିର ଜଣେ ୫୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧାର ୬୧ ବର୍ଷୀୟ ପୁରୁଷ, ମୟୁରଭଞ୍ଜର ୪୫ ବର୍ଷୀୟ ପୁରୁଷ, ସମ୍ବଲପୁରର ୬୫ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।ସେମାନଙ୍କର ଅନ୍ୟ କୌଣସି ରୋଗ ଥିବା ସମ୍ପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ । ତେବେ ଡାଇବେଟିସ ପୀଡ଼ିତ ଥିବା ସୁନ୍ଦରଗଡ଼ର ଜଣେ ୩୧ ବର୍ଷୀୟା ମହିଳା, ପୁରୀର ୭୦ ବର୍ଷୀୟା ମହିଳା, ସମ୍ବଲପୁରର ଜଣେ ୬୨ ବର୍ଷୀୟ ପୁରୁଷ, ପୁରୀର ୮୦ ବର୍ଷୀୟ ବୃଦ୍ଧ, ପୁରୀର ୪୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୫୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେହିପରି ହୃଦରୋଗ ଓ କିଡନୀ ରୋଗରେ ପୀଡ଼ିତ ସମ୍ବଲପୁରର ଜଣେ ୬୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.