ସ୍ତ୍ରୀ ଆଗରେ କୋଭିଡ୍ ଆକ୍ରାନ୍ତ ସ୍ୱାମୀଙ୍କ ମୃତ୍ୟୁ ଘଟଣା, କାର୍ଯ୍ୟରୁ ଫାର୍ମାସିଷ୍ଟଙ୍କୁ ଅବ୍ୟାହତି

ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗକୁ ଚିଠି

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ସମସ୍ତେ ଦେଖୁଥିଲେ, କେହି ଛୁଉଁ ନଥିଲେ । ସମସ୍ତଙ୍କ ଆଖି ଆଗରେ ଚାଲି ଯାଇଥିଲା ଜୀବନ । ୨ ଦିନ ତଳେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ସେ ହଠାତ୍ ତଳେ ପଡ଼ି ଯାଇଥିଲେ । ସାଙ୍ଗରେ ଥିବା ସ୍ତ୍ରୀ ସ୍ୱାମୀଙ୍କ ଛାତିକୁ ପପିଙ୍ଗ କରିବା ସହ ସାହାଯ୍ୟ ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ । ହେଲେ କରୋନା ସଂକ୍ରମଣ ଭୟରେ ପାଖ ମାଡ଼ି ନଥିଲେ କେହି । ମେଡିକାଲ ମୁହଁରେ ହିଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାରେ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ଘଟଣାରେ ଢେଙ୍କାନାଳ ଜିଲ୍ଲାପାଳ ଜଣେ ଫାର୍ମାସିଷ୍ଟ ସୁଭଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି । ଏଥିସହ ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ଡାକ୍ତରଙ୍କ ବିରୋଧରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.