ତିଆରି କରନ୍ତୁ ଚାଉଳ ଚୂନା ଫେସପ୍ୟାକ୍

ତ୍ୱଚାକୁ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖି, ସବୁବେଳେ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାର ଯତ୍ନ ନେବା ବେଶ ଉପକାରୀ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଆଣିବା ପାଇଁ  ଚାଉଳ ଚୂନା ଫେସ୍‌ପ୍ୟାକ୍ ବହୁତ୍ ଲାଭଦାୟକ ହୋଇଥାଏ । ଯାହା ତ୍ୱଚାରେ ଲାଗି ରହିଥିବା ମଇଳାକୁ ସଫା କରି ଚମକଦାର କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଚାଉଳ ଚୂନା ଫେସ୍‌ପ୍ୟାକ୍ ସମ୍ପର୍କରେ ।

-ଚାଉଳକୁ ପାଣିରେ ୩ ରୁ ୪ ଘଂଟା ଯାଏଁ ଭିଜାଇ ତା ପରେ ସେଥିରେ କଂଚା କ୍ଷୀର ମିଶାଇ ଗ୍ରାଇଣ୍ଡିଂ କରି ,ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ ଏହି ପ୍ୟାକକୁ ତ୍ୱଚାରେ ଲଗାଇ ଏକ ଘଂଟା ଯାଏଁ ଛାଡିବେ । ଏହାପରେ ପାଣିରେ ତ୍ୱଚାକୁ ଧୋଇ ପରିଷ୍କାର କରିବେ । ସପ୍ତାହକୁ ଅତିକମରେ ଏହି ପ୍ୟାକ୍ ୩ ଥର ଲଗାଇବେ । ଦେଖିବେ ଏପରି କରିବା ଦ୍ୱାରା ତ୍ୱଚାରେ ଧିରେଧିରେ ଚମକ ଆସିଥାଏ ।

-ଚାଉଳ ଚୂନା ନେଇ ସେଥିରେ ଲେମ୍ବୁ ରସ,ମହୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି , ତାକୁ ତ୍ୱଚାରେ ଲଗାଇ ଏକ ଘଂଟା ଛାଡିବେ । ଏହାପରେ ଥଣ୍ଡା ପାଣିରେ ତ୍ୱଚା ଧୋଇବେ । ଏପରି କରିବା ଦ୍ୱାରା ଏହା ତ୍ୱଚାରେ ଥିବା ଡେଡ୍ ସ୍କିନକୁ ବାହାର କରିଥାଏ ।

-ଚାଉଳ ଚୂନାରେ ଦହି, ମହୁ ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ , ତ୍ୱଚାକୁ ଧିରେଧିରେ ମସାଜ କରି ଧୋଇବେ । ଏପରି କରିବା ଦ୍ୱାରା ତ୍ୱଚାରେ ନିଖାର ଆସିଥାଏ ।

Leave A Reply

Your email address will not be published.