ଜାଣନ୍ତୁ, ବ୍ରେନ୍ ହେମରେଜ୍ କ’ଣ?

ମସ୍ତିଷ୍କ ଆମ ଶରୀରର ସବୁଠାରୁ ମୁଖ୍ୟ ଅଂଶ, ଏକଥା ସମସ୍ତେ ଜାଣନ୍ତି । ଏଥିରେ ଅଳ୍ପ ଟିକେ ସମସ୍ୟା ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼େ । ସେଥିôପାଇଁ ମସ୍ତିଷ୍କକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ମସ୍ତିଷ୍କରେ ଅନେକ ପ୍ରକାରର ସମସ୍ୟା ହୁଏ । ଏହି ସମସ୍ୟାଗୁଡିକ ମଧ୍ୟରେ ବ୍ରେନ୍ ହେମରେଜ ସାମିଲ ଅଛି । ହେମରେଜକୁ ମାନସିକ ସ୍ତରରେ ଆଘାତ ବା ଷ୍ଟ୍ରୋକ୍ କୁହାଯାଏ । ଏହା ଏପରି ଏକ ସ୍ଥିତି ଯାହା ଆର୍ଟେରୀ (ହୃଦୟରୁ ଆରମ୍ଭ କରି ଅନ୍ୟ ଅଂଶଗୁଡ଼ିକର ସ୍ନାୟୁ) ଫାଟିବା କାରଣରୁ ହୋଇଥାଏ । ଏହି ସ୍ଥିତିରେ ଆଖପାଖର ଟିସ୍ୟୁଜ୍‌ରୁ ରକ୍ତ ବାହାରେ । ରକ୍ତ ବାହାରିବା କାରଣରୁ ମସ୍ତିଷ୍କର କୋଷିକାଗୁଡ଼ିକ ନଷ୍ଟ ହୋଇଯାଏ । ଏହା ମସ୍ତିଷ୍କର ଅନେକ ଅଂଶର କ୍ଷତି କରିଦିଏ । ସାଧାରଣ ଶବ୍ଦରେ ଲୋକମାନେ ଏହାକୁ ସ୍ନାୟୁ ଫାଟିବା କହନ୍ତି । ଏହା ହେଉଛି ବ୍ରେନ୍ ହେମରେଜ୍ । ସ୍ନାୟୁ ଫାଟିବା ପରେ ରକ୍ତ ବହାରିବା ସ୍ଥିତିକୁ ହେମରେଜ୍ ଷ୍ଟ୍ରୋକ୍ କୁହାଯାଏ ।

ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ, ଟ୍ରାମା ପୀଡ଼ିତ, ଔଷଧ ଅଧିକ ସେବନ କରିବା ଓ ଦୁର୍ବଳ ସ୍ନାୟୁ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏହା ଅଧିକ ମାତ୍ରାରେ ଘଟିବାର ଆଶଙ୍କା ଥାଏ । ସ୍ନାୟୁ ମସ୍ତିଷ୍କର କେଉଁ ସ୍ଥାନରେ ଫାଟିଛି ଓ ରକ୍ତ ପ୍ରବାହ କେଉଁ ସ୍ଥାନରେ ହେଉଛି ତା’ ଉପରେ ଏହାର ଲକ୍ଷଣ ନିର୍ଭର କରେ । ବ୍ରେନ୍ ହେମରେଜ୍ ଏକ ଜୀବନହାନି କରିବା ପରି ସ୍ଥିତି । ବ୍ରେନ୍ ହେମରେଜ୍‌ର କେତେକ ଲକ୍ଷଣ ହେଉଛି- ସୁସ୍ତି ଅନୁଭବ କରିବା, ଅଚାନକ ମୁଣ୍ଡ ବିନ୍ଧିବା, ଅଚାନକ ଆଘାତ ଲାଗିବା ପରି ସ୍ଥିତି, ବାନ୍ତି ହେବା କିମ୍ବା ଲାଗିବା ପରି ସ୍ଥିତି, ଦୃଷ୍ଟିଶକ୍ତିରେ ସମସ୍ୟା, ମୁଣ୍ଡ ବୁଲେଇବା, ଶରୀରର ଅନ୍ୟ ଅଂଶ ଶିଥିଳ ପଡ଼ିଯିବା, ଚେତାଶୂନ୍ୟ ଅବସ୍ଥା, ହାତ ଓ ପାଦ ନିଷ୍କ୍ରିୟ ହେବାପରି ଅନୁଭବ କରିବା ଆଦି ।

Leave A Reply

Your email address will not be published.