ରୋଗରୁ ମୁକ୍ତି ଦେବେ ମଶା

ଆମେରିକାର ଦୁଇଟି ରାଜ୍ୟରେ ଅରବ ଅରବ ସଂଖ୍ୟାରେ ଜେନେଟିକାଲି ମଡିଫାଏଡ୍ ନର ମଶା ଛଡ଼ାଯିବ । ଏହି ଦୁଇଟି ରାଜ୍ୟ ହେଉଛନ୍ତି ଫ୍ଲୋରିଡା ଓ କାଲିଫର୍ଣ୍ଣିଆ । ଏହି କାର୍ଯ୍ୟକୁ କରିବ ବ୍ରିଟେନ୍‌ରେ ସ୍ଥିତ ଅକ୍ସିଟେକ୍ ବାୟୋଟେକ୍ନୋଲୋଜି କମ୍ପାନୀ । ଅରବ ଅରବ ସଂଖ୍ୟାରେ ଆନୁବଂଶିକ ଭାବରେ ପରିବର୍ତ୍ତିତ ନର ମଶାଙ୍କୁ ପର୍ଯ୍ୟାବରଣରେ ଛାଡ଼ିବାକୁ ଯାଉଛି ଏହି କମ୍ପାନୀ । ଏହି ନର ମଶାଗୁଡ଼ିକ ମାଦା ମଶାଙ୍କ ସହିତ ମିଶିବେ । କାରଣ ମାଦା ମଶାଙ୍କୁ ଅଣ୍ଡା ଦେବା ପାଇଁ ରକ୍ତର ଆବଶ୍ୟକତା ହୁଏ ଓ ଏହି କାରଣ ଯୋଗୁ ସେମାନେ ମଣିଷ ବା ଅନ୍ୟ ଜୀବମାନଙ୍କୁ କାମୁଡି ଥାଆନ୍ତି । ଏହି ନର ମଶାମାନେ ମାଦା ମଶାଙ୍କ ସହିତ ମିଶିବା ସମୟରେ ସେମାନଙ୍କ ଠାରୁ ଯେଉଁ ପ୍ରୋଟିନ ବାହାରିବ ତାହା ଆନୁବଂଶିକ ଭାବରେ ପରିବର୍ତ୍ତିତ ହେବ । ଏହି ପ୍ରୋଟିନ ମାଦା ମଶା କାମୁଡ଼ିବା ପୂର୍ବରୁ ସେମାନଙ୍କୁ ମାରି ଦେବ । ଏହା ଡେଙ୍ଗୁ, ଜୀକା, ହଳଦିଆ ଜ୍ୱର (ମ୍ୟାଲେରିଆର ଗମ୍ଭୀର ସ୍ଥିତି), ଚିକନଗୁନିଆ ପରି ହାନିକାରକ ଜ୍ୱର ଉପରେ ଲଗାମ ଲଗେଇବ ।

କମ୍ପାନୀ କହିଛି ଯେ କାଲିଫର୍ଣ୍ଣିଆରେ ୨୦୧୩ରେ ପ୍ରଥମ ଥର କ୍ଷତି କରୁଥିବା ମଶାଗୁଡ଼ିକ ବିଷୟରେ ଜଣାପଡ଼ିବା ପରେ ଏହି ମଶା ଦ୍ରୁତ ଗତିରେ ପୂରା ରାଜ୍ୟରେ ୨୦ରୁ ଅଧିକ କାଉଣ୍ଟିଂରେ ବ୍ୟାପଗଲେ ଯେଉଁ କାରଣରୁ ଅଧିକ ଅନିଷ୍ଟର ଆଶଙ୍କା ବୃଦ୍ଧି ପାଇଛି । ଏହି ମଶାମାନେ ସୁରକ୍ଷିତ, ବେଶୀ ଦିନ ବଞ୍ଚୁଥିବା ଓ ଲକ୍ଷିତ ଜୈବିକ କୀଟ ନିୟନ୍ତ୍ରଣ ଟେକ୍‌ନିକ୍‌, ମହୁମାଛି ଓ ପ୍ରଜାପତିଙ୍କ ପରି ଲାଭକାରୀ କୀଟଗୁଡ଼ିକର କ୍ଷତି କରିବେ ନାହିଁ । ବିଧି ରୋଗସବୁକୁ ବୃଦ୍ଧି କରାଉଥିବା ଏଡିସ୍ ଏଜିପ୍ଟି ମଶା (ଯିଏ ଫ୍ଲୋରିଡା, କାଲିଫର୍ଣ୍ଣିଆ ଓ ଅନ୍ୟ ଆମେରିକାର ରାଜ୍ୟଗୁଡ଼ିକରେ ଦ୍ରୁତ ଗତିରେ ମଣିଷଙ୍କ ଉପରେ ଆକ୍ରମଣ କରିଥିଲା) କୁ ନିୟନ୍ତ୍ରିତ କରି ପାରିବ ବୋଲି ପ୍ରମାଣିତ ହୋଇ ସାରିଛି ।

Leave A Reply

Your email address will not be published.