ଆସନ୍ତୁ ଜାଣିବା, ଜୁଆଣୀର ଉପକାରିତା

ଜୁଆଣୀ ଏମିତି ଏକ ମସଲା ଜାତୀୟ ସାମଗ୍ରୀ, ଯାହା ପ୍ରତି ଭାରତୀୟଙ୍କ ରୋଷେଇ ଘରେ ଥିବା ଦେଖିବାକୁ ମିଳେ । ସାଧାରଣତଃ ସବୁ ମସଲା ପରି ଜୁଆଣୀକୁ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ । ଏହାର ବ୍ୟବହାର ବ୍ୟଞ୍ଜନକୁ ଅଧିକ ସ୍ୱାଦିଷ୍ଟ ଏବଂ ସୁଗନ୍ଧିତ କରିଥାଏ। ଏହା ସହିତ ଜୁଆଣୀର ଅନେକ୍ ସ୍ୱାସ୍ଥ୍ୟ ଉପକାରିତା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଜୁଆଣୀର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

– ବିଭିନ୍ନ ଖାଦ୍ୟରେ ଏହାକୁ ମସଲା ରୁପରେ ବ୍ୟବହାର କରାଯିବା ସହିତ, ପାଣିରେ ଜୁଆଣୀର ବ୍ୟବହାର ଅନେକ୍ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । 

– ଜୁଆଣୀକୁ ଏକ ଭଲ ମାଉଥ୍‌ଫ୍ରେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିଲେ, ଜୁଆଣୀକୁ ମୁହଁରେ ରଖିଲେ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେବା ବନ୍ଦ ହୋଇଥାଏ ।

 – ଜୁଆଣୀ ସେବନ କରିବା ଦ୍ୱାରା ,ଏହା ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରେ । ଏସିଡିଟି, ବଦହଜମୀ ଭଳି ଅନେକ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜୁଆଣୀ ।

– ଜୁଆଣୀ ଓଜନ ବଢିବାର ସମ୍ଭାବନା କମ୍ କରିବାରେ ସହାୟକ ହୋଇଥାଏ ।

– ଜୁଆଣୀ ସାଧାରଣ ଥଣ୍ଡା ଏବଂ ଫ୍ଲୁ ପାଇଁ ପାରମ୍ପରିକ ଚିକିତ୍ସାର ଏକ ଅଂଶ ହୋଇ ରହି ଆସିଛି । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍‌’ସି’ର ଏକ ଭଣ୍ଡାର । ଯାହା ଶରୀରକୁ ଭିତରୁ ପୋଷଣ ଯୋଗାଇଥାଏ । ଏବଂ ଅନେକ୍ ରୋଗବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । – ଗଣ୍ଠିବାତ ରୋଗରୁ ମଧ୍ୟ ଆରାମ୍ ପ୍ରଦାନ କରିଥାଏ ଜୁଆଣୀ ।

Leave A Reply

Your email address will not be published.