ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଶ୍ରାଦ୍ଧ ବାର୍ଷିକୀ : ମୃତ୍ୟୁର ଗୋଟିଏ ବର୍ଷ ପରେ ମଧ୍ୟ ରହସ୍ୟ ଉପରୁ ହଟିନି ପରଦା

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଶ୍ରାଦ୍ଧ ବାର୍ଷିକୀ  । ଗତ ବର୍ଷ ଆଜି ଦିନରେ ମୁମ୍ବାଇସ୍ଥିତ ବାସ ଭବନରେ ମୃତ୍ୟୁଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ଗୋଟିଏ ବର୍ଷ ପରେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା  । ଏବେବି ସସପେନ୍ସରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ । ତେବେ ତାଙ୍କ ମୃତ୍ୟୁ ପଛରେ ଡ୍ରଗ୍ସ କାରବାର ଥିବା ସନ୍ଦେହ କରି ଏନସିବି ତଦନ୍ତ ଚଳାଇଥିଲା  । ଏଥିରେ ତାଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା  ।  ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପ୍ରଥମେ ‘କିସ୍ ଦେଶ ମେଁ ହେ ମେରା ଦିଲ୍’ ନାମକ ଧାରାବାହିକରୁ କାମ ଆରମ୍ଭ କରିଥିଲେ ସୁଶାନ୍ତ  । ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ରେ ତାଙ୍କୁ ଲୋକ ଜାଣିବା ଆରମ୍ଭ କରିଥିଲେ  । ‘ପବିତ୍ର ରିସ୍ତା’ ପରେ ପରେ ତାଙ୍କୁ ବଲିଉଡରୁ ଅଫର ମିଳିବା ଆରମ୍ଭ ହୋଇଥିଲା । ସେ ପ୍ରଥମେ ‘କାଇ ପୋ ଚେ’ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ । ମୃତ୍ୟୁ ପରେ ତାଙ୍କ ଫିଲ୍ମ ଦିଲ୍ ବେଚାରା ଦର୍ଶକଙ୍କ ବେଶ ମନ ଜିଣିଥିଲା

Leave A Reply

Your email address will not be published.