ବାହାଘର ଫଟୋ ଶେୟାର କଲେ ୟାମୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ନିଜ ବ୍ରାଇଡାଲ୍ ଲୁକର ଏକ ଫଟୋ ଶେୟାର କରିଛନ୍ତି । ତାଙ୍କ ଏହି ଫଟୋକୁ ନେଇ ଫ୍ୟାନ୍ସ ମାନେ ବି କମେଣ୍ଟ କରିଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ଅଭିନେତା ଓ ଅଭିନେତ୍ରୀ ।

ବ୍ରାଇଡାଲ୍ ଲୁକ୍ ରେ ୟାମୀ ଲାଲ୍ ଆଉଟଫିଟ୍ ରେ ନଜର ଆସିଛନ୍ତି । ଯାହା ପରେ ବିକ୍ରାନ୍ତ ତାଙ୍କୁ ରାଧେ ମା’ ବୋଲି କହିଥିଲେ । ଫଟୋରେ ୟାମୀ ଲାଲ୍ ଗେଟଅପରେ ନଜର ଆସିବା ସହ ସ୍ୱାମୀ ଆଦିତ୍ୟଙ୍କୁ ଚାହିଁ ଚାହିଁ ହସୁଛନ୍ତି । ସେପଟେ ଆଦିତ୍ୟ ମଧ୍ୟ ଧଳା ରଙ୍ଗର ଶେରୱାନୀ ସହ ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଦୁହିଁଙ୍କ ଫଟୋକୁ ଦେଖି ସେଲିବ୍ରିଟି ଓ ଫ୍ୟାନ୍ସ ମାନେ କମେଣ୍ଟ କରିବାରେ ଲାଗିଛନ୍ତି 

ୟାମୀ ଜୁନ୍ ୪ ତାରିଖରେ ଆଦିତ୍ୟ ଧରଙ୍କ ସହ ବିବାହର ଆନାଉସମେଣ୍ଟ କରିଥିଲେ । ଯାହା ପରେ ଅଭିନେତ୍ରୀ ଲଗାତାର ଭାବେ ତାଙ୍କର ବାହାଘରର ଫଟୋ ସବୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ଲାଟେଷ୍ଟ ଫଟୋରେ ୟାମୀ ଲାଲ୍ ରଙ୍ଗର ବନାରସୀ ଫଟୋ ପିନ୍ଧିଥିବା ନଜର ଆସିଛନ୍ତି । ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୁତ୍ର, କେଶରେ ମିଡିଲ ପାର୍ଟଡ୍ ବନ୍ ରହିଛି । ଏହା ସହ ହେବି ଜୁଏଲାରୀ ପିନ୍ଧା ଫଟୋ ମଧ୍ୟ ଶେୟାର କରିଥିଲେ । 

Leave A Reply

Your email address will not be published.