ପ୍ରୀତି ଜିଂଟା ମା ହେଲେ

ମୁମ୍ବାଇ : ବଲିଉଡ ସୁନ୍ଦରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଂଟା ୪୬ ବର୍ଷ ବୟସରେ ମା ହୋଇଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି । ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି । ସେ ଉଭୟଙ୍କ ନାମ ଜୟ ଜିଂଟା ଗୁଡଇନଫ୍‌ ଏବଂ ଜିୟା ଜିଂଟା ଗୁଡଇନଫ୍‌ ରଖିଛନ୍ତି । ୨୦୧୬ରେ ଆମେରିକୀୟ ବୟଫ୍‌ରେଣ୍ଡ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ ପ୍ରୀତି ଜିଂଟା ।

ପ୍ରୀତି କହିଛନ୍ତି, ଦୁଇ ଯମଜ ସନ୍ତାନ ପାଇ ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ । ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନଙ୍କୁ ସ୍ୱାଗତ କରୁଛୁ । ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ । ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତର, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ ।

Leave A Reply

Your email address will not be published.