ଲୋକପ୍ରିୟ ଅଭିନେତା ମୋହନଲାଲଙ୍କୁ ଇଡି ଜେରା

ବେଆଇନ ଅର୍ଥ କାରବାର

ମୁମ୍ବାଇ: ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜାଲରେ ଫଶିଛନ୍ତି ଲୋକପ୍ରିୟ ମାଲାୟାଲମ ଅଭିନେତା ମୋହନଲାଲ ବିଶ୍ବନାଥନ। ଅଭିନେତାଙ୍କୁ ସମନ କରିଛି ଇଡି। ଆସନ୍ତା ସପ୍ତାହରେ ତାଙ୍କୁ କୋଚି ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି। କୁଖ୍ୟାତ ଆଣ୍ଟିକ୍ ଡିଲର ତଥା ଠକ ମୋନସନ ମାଭୁଙ୍କଲ ସହ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କର କ’ଣ ସମ୍ପର୍କ ରହିଛି ସେନେଇ ପଚରାଉଚରା କରିପାରେ ଇଡି।

ଲୋକଙ୍କଠାରୁ ୧୦କୋଟି ଟଙ୍କା ଠକିଥିବା ମାମଲାରେ ଗତବର୍ଷ ସେପ୍ଟେମ୍ବର ମାସରେ ମୋନସନଙ୍କୁ କେରଳ ପୁଲିସ ଗିରଫ କରିଥିଲା। ମୋହନଲାଲ ଥରେ ମୋନସନଙ୍କ କେରଳ ସ୍ଥିତ ଘରକୁ ଯାଇଥିଲେ, ହେଲେ ସେ କେଉଁ କାରଣ ପାଇଁ ଯାଇଥିଲେ ସେନେଇ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ।

Leave A Reply

Your email address will not be published.