ଆସାମରେ ଭୂସ୍ଖଳନ, ୩ ମୃତ୍ୟୁ

ଆସାମ : ଲଗାତାର ବର୍ଷା ହେବା ପରେ ଆସାମର ଦିମା ହସାଓର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ କଛାର ଜିଲ୍ଲାର ବାଲିଚରା ଏବଂ ବାରଖୋଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସେନା କର୍ମଚାରୀ ଉଦ୍ଧାର ଆରମ୍ଭ କରିଥିଲେ। ଏହି ସମୟରେ ବନ୍ୟା ଜଳରେ ଫସି ରହିଥିବା ଅନେକ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ଆସାନି ଆରମ୍ଭରୁ ଲଗାତାର ବର୍ଷାର ସମ୍ମୁଖୀନ ହେବାରେ ଲାଗିଛି । ଯାହାଫଳରେ ଅନେକ ଅଞ୍ଚଳ ପାଣି ଘେରରେ ବୁଡ଼ି ରହିଛି । ବର୍ଷା ଓ ଜଳସ୍ତର ଯୋଗୁଁ ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଛି । ଅନେକ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଛି। ଏନେଇ ଜିଲ୍ଲା ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ଏ ସମ୍ପର୍କରେ ଏକ ରିପୋର୍ଟ ଜାରି କରାଯାଇଛି । ତେବେ ଏହି ବନ୍ୟା ଯୋଗୁଁ ଭୁସ୍ଖଳନ ସୃଷ୍ଟି ହୋଇଛି । ଯାହାଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି । ଆସାମର ଡ଼ିମାହାସା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ସୃଷ୍ଟି ହୋଇଛି । ଏହା ଫଳରେ ୧୨ଟି ଗାଁର ୮୦ ଉର୍ଦ୍ଧ୍ୱ ଘର ମାଟିରେ ମିଶିଛି ।

Leave A Reply

Your email address will not be published.