ହିନ୍ଦୀ ଆମର ଜାତୀୟ ଭାଷା କହି ଫସିଲେ ଅଜୟ

ନୂଆଦିଲ୍ଲୀ : ହିନ୍ଦୀ ଆମ ଦେଶର ଜାତୀୟ ଭାଷା ଥିଲା ଓ ରହିବ ବୋଲି କହି ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ ଷ୍ଟାର ଅଜୟ ଦେବଗନ। ସୋଶାଲ ମିଡିଆରେ ଅଜୟ ଦେବଗନ ଏପରି ବୟାନ ଦେବା ପରେ ତାଙ୍କୁ ଅନେକ ଲୋକ ସମ୍ବିଧାନର ପାଠ ପଢ଼ାଇଛନ୍ତି। ସେହିପରି ଭାରତର କୌଣସି ଭାଷାକୁ ଜାତୀୟତାର ମାନ୍ୟତା ମିଳିନି ବୋଲି ମଧ୍ୟ କହିଛନ୍ତି। କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କ ସହ ଟ୍ୱିଟରରେ କଥାବାର୍ତ୍ତା ହେବା ବେଳେ ପୂରା ଘଟଣା ଘଟିଥିଲା।

ନିକଟରେ ସୁଦୀପ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ ହିନ୍ଦୀ ଭାରତର ଆଉ ଜାତୀୟ ଭାଷା ନୁହେଁ। ସେ ଏପରି କହିବାରୁ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରିଥିଲେ। ତେବେ ଅଜୟ ଦେବଗନ ହିନ୍ଦୀରେ କରିଥିବା ଟ୍ୱିଟ ପଢ଼ି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଟ୍ରୋଲ କରିଛନ୍ତି । ଅଜୟ ଦେବଗନ ଲେଖିଥିଲେ ଯଦି ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ, ତା’ହେଲେ କାହିଁକି ନିଜ ମାତୃଭାଷାରେ ତିଆରି ହୋଇଥିବା ଫିଲ୍ମକୁ ହିନ୍ଦୀରେ ଡବିଂ କରି ରିଲିଜ କରୁଛନ୍ତି? ହିନ୍ଦୀ ଆମର ମାତୃଭାଷ ଓ ରାଷ୍ଟ୍ରୀୟ ଭାଷା ଥିଲା ଏବଂ ସବୁବେଳେ ରହିବ। ଅଜୟଙ୍କ ଏପରି ଟ୍ୱିଟ ସାମ୍ନାକୁ ଆସିବାରେ ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି।

Leave A Reply

Your email address will not be published.