ତାମିଲନାଡୁ ରଥଯାତ୍ରାରେ ଅଘଟଣ: ୨ ଶିଶୁ ସମେତ ୧୦ ଜଣଙ୍କ ମୃତ୍ୟୁ

ଚେନ୍ନାଇ : ତାମିଲନାଡୁର ତାଞ୍ଜାବୁରସ୍ଥିତ ଏକ ମନ୍ଦିରରେ ବଡ଼ ଅଘଟଣ ଘଟିଛି । ଏଠାରେ ମନ୍ଦିରରେ ଉତ୍ସବ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ଶୋଭାଯାତ୍ରା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । 

ମିଡିଆ ରିପୋର୍ଟ ଅନୁସାରେ ତାଞ୍ଜାବୁର ଜିଲ୍ଲା କାଲିମେଣ୍ଡୁ ସହରରେ ମନ୍ଦିରର ଶୋଭାଯାତ୍ରା ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଗୁରୁବାର ରାତିରେ ଭଗବାନ ଆୟପ୍ପାଙ୍କ ୯୪ତମ ମହୋତ୍ସବ ପାଳନ ହେଉଥିଲା । ଏଥି ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଥିଲା । 

ମହୋତ୍ସବରେ ସାମିଲ ଥିବା ଭକ୍ତ ଓ ଶ୍ରଦ୍ଧାଳୁ ଭଗବାନ ଆୟପ୍ପାଙ୍କ ରଥ ଟାଣୁଥିଲେ । ଏହି ସମୟରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଏବଂ ଏହା ଲୋକଙ୍କ ଉପରେ ପଡ଼ିବାରୁ ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ପରିସ୍ଥିତି ଅତି ଭୟଙ୍କର ଥିଲା । 

Leave A Reply

Your email address will not be published.