ଗାଦି ଛାଡ଼ିବେ ଶ୍ରୀଲଙ୍କା ରାଷ୍ଟ୍ରପତି!

କଲମ୍ବୋ : ଯଦି ସବୁ ବିରୋଧୀ ଦଳ ନେତା ଅନୁରୋଧ କରନ୍ତି, ତେବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସା ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଚସ୍ପତି ମହିନ୍ଦା ଆବେୱର୍ଦ୍ଦନେ ଏ ସମ୍ପର୍କରେ ପ୍ରେମଦାସାଙ୍କୁ ଜଣାଇଛନ୍ତି ।

ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଜାଡିବାରେ ବିଫଳ ହୋଇଥିବାରୁ ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି । ଅପରପକ୍ଷରେ ବାଚସ୍ପତି କିନ୍ତୁ ଏ ସମ୍ବାଦକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବକ୍ତବ୍ୟକୁ କଦର୍ଥ କରାଯାଇ ପ୍ରସାରଣ କରାଯାଉଛି ବୋଲି ବାଚସ୍ପତି କହିଛନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳର ନେତାଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ରାଜପକ୍ଷେ ପ୍ରସ୍ତୁତ ଅଛନ୍ତି ବୋଲି ବାଚସ୍ପତି କୁଆଡେ ବିରୋଧୀ ଦଳଗୁଡିକୁ କହିଛନ୍ତି।

Leave A Reply

Your email address will not be published.