ବିହାର କଂଗ୍ରେସ ଦାୟିତ୍ୱ ନେବେ କହ୍ନେୟା!

ନୂଆଦିଲ୍ଲୀ : ବିହାର କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝାଙ୍କ ଇସ୍ତଫା ପରେ ନୂଆ ସଭାପତି କିଏ ହେବ ସେ ନେଇ ଭବିଷ୍ୟବାଣି ଆରମ୍ଭ ହୋଇଗଲାଣି । କହ୍ନେୟା କୁମାର ବିହାରରେ କଂଗ୍ରେସ ସଭାପତି ପଦସମ୍ଭାଳି ପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରାହୁଲ ଗାନ୍ଧୀଙ୍କ ପ୍ରଥମ ପସନ୍ଦର ନେତା ଭାବରେ କହ୍ନେୟା କୁମାର ଏହି ରେସ୍‌ରେ ଆଗୁଆ ଅଛନ୍ତି । ତେବେ ହାଇକମାଣ୍ଡଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଅଯାଇନାହିଁ । ବିହାରର ରାଜନୈତିକ ଗତିବିଧିକୁ ଦୃଷ୍ଟିରେ ରଖି ଜାତିଗତ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ଲାଗି କଂଗ୍ରେସ କହ୍ନେୟାଙ୍କୁ ଦାୟିତ୍ୱ ଦେଇପାରେ । କହ୍ନେୟା ପଛୁଆ ବର୍ଗରୁ ଆସୁଥିବାରୁ ବିଜେପିକୁ ଟକ୍କର ଦେବାକୁ ତାଙ୍କୁ ଦଳର ସଭାପତି କରିପାରେ ।

କହ୍ନେୟା କୁମାର ରାଜ୍ୟ କଂଗ୍ରେସ ସଭାପତି ହେବେ କି ନାହିଁ, ଏହି ପ୍ରସଙ୍ଗରେ ବରିଷ୍ଠ ନେତା ମାନେ ଚୁପ୍ ରହିବା ଶ୍ରେୟ ମଣୁଛନ୍ତି । ଏହାରି ଭିତରେ ସଭାପତି ପଦ ପାଇଁ ଅନେକ ନେତାଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ରାଜ୍ୟରେ ଯଦି ଦଳ ମୁସଲିମ ଭୋଟରଙ୍କୁ ହାତକୁ ଆଣିବାକୁ ଚାହୁଁଛି, ତେବେ ସକିଲ ଅହମ୍ମଦ ଖାନଙ୍କ ପଲା ସବୁଠୁ ଭାରି ରହିବ ।

Leave A Reply

Your email address will not be published.