ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି । ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇ ଯାଇଥିବାରୁ ସରକାର ଋଣ ପରିଶୋଧରେ ଅକ୍ଷମ । ତେଣୁ ଦେଶ ବର୍ତ୍ତମାନ ନିଜକୁ ଦେବାଳିଆ ଘୋଷଣା କରୁଥିବା ନେଇ ପ୍ରକାଶ କରିଛି ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ । ଦେଶରେ ଖାଦ୍ୟ ପଦାର୍ଥର ଅଭାବ ସହିତ ତୈଳ ଏବଂ ଅନ୍ୟାନ୍ୟ ଜିନିଷର ଅଭାବ ବର୍ତ୍ତମାନ ସଙ୍କଟଜନକ ପରସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି କି ବର୍ତ୍ତମାନ ବିଦେଶୀ ମୁଦ୍ରାରେ ଋଣ ପରିଶୋଧ କରିବା ଆମ ପାଇଁ ସମ୍ଭବ ନୁହେଁ । ଯଦି କୌଣସି ଦେଶ ଶ୍ରୀଲଙ୍କା ମୁଦ୍ରାରେ ନିଜର ଋଣ ପରିଶୋଧ କରିବାକୁ ଚାହିଁବ ଆମେ ପରିଶୋଧ ପାଇଁ ପ୍ରସ୍ତୁତ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଭାରତ ଏବଂ ଚୀନ୍ ନିକଟରୁ ଋଣ ନେବା ପାଇଁ ଶ୍ରୀଲଙ୍କା ପ୍ରୟାସ କରିଥିଲେ ହେଁ ଉଭୟ ରାଷ୍ଟ୍ର କେବଳ ନିଜ ଠାରୁ କିଣିବାର କ୍ରେଡିଟ ଲାଇନ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି । ଅର୍ଥନୈତିକ ସଙ୍କଟ କାରଣରୁ ସରକାର ଭାଙ୍ଗିବାକୁ ବସିଥିବା ବେଳେ ଏହି ସଙ୍କଟରୁ ଶ୍ରୀଲଙ୍କାକୁ ରକ୍ଷା କରିବା ପାଇଁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ବା ୨୨ ହଜାର କୋଟି ଆବଶ୍ୟକ ବୋଲି ମତ ଦେଇଥିଲେ ଅର୍ଥମନ୍ତ୍ରୀ । ବିଭିନ୍ନ ପ୍ରକାରର ଜରୁରୀ କାଳୀନ ବ୍ୟବସ୍ଥା ପୂରଣ କରିବା ନିମନ୍ତେ ଏହି ଅର୍ଥ ଆବଶ୍ୟକ ବୋଲି ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ । ଶ୍ରୀଲଙ୍କାର ଜନ ସାଧାରଣଙ୍କ ସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ଏଠାରେ ଗଚ୍ଛିତ ତେଲ ସରିବାକୁ ବସିଲାଣି ।

Leave A Reply

Your email address will not be published.