ଅମରନାଥ ଯାତ୍ରାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ଜୁନ ୩୦ରୁ ଚଳିତବର୍ଷର ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜମ୍ମୁ-କଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟେସ୍ ବ୍ୟାଙ୍କ୍ ଓ ଦେଶବ୍ୟାପୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୦୦ଟି ଶାଖାରେ ନାମ ପଞ୍ଜିକରଣ କରାଯାଉଛି।

ପଞ୍ଜୀକରଣ ପରେ ସଂପୃକ୍ତ ଶ୍ରଦ୍ଧାଳୁଙ୍କୁ ଆର୍‌ଏଫ୍‌ଆଇଡି (ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ) ଟ୍ୟାଗ୍ ଦିଆଯାଉଛି । ଫଳରେ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗତିବିଧି ଉପରେ କର୍ତ୍ତୃପକ୍ଷ ନଜର ରଖିପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.