ଋଷିଆ-ୟୁକ୍ରେନ ଯୁଦ୍ଧ: ୯୦ ହଜାର କୋଟିର ଶସ୍ୟ ରପ୍ତାନୀ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ କାରଣରୁ ପ୍ରଭାବିତ ହୋଇଛି ସମଗ୍ର ବିଶ୍ୱ। ଗୋଟିଏ ପଟେ ତେଲ ଦର ଆକାଶ ଛୁଆଁ ଭାବରେ ବୃଦ୍ଧି ପାଇଥିବା ବେଳେ ଅନ୍ୟପକ୍ଷରେ ଗଭୀର ଭାବରେ ପ୍ରଭାବିତ ଚାଉଳ, ଗହମ ଓ ବାର୍ଲି ଉତ୍ପାଦନ । ୟୁକ୍ରେନ ଓ ଋଷିଆ ସମଗ୍ର ବିଶ୍ୱକୁ ବାର୍ଲି ରପ୍ତାନୀ କରିଥାନ୍ତି । ବାର୍ଲି ରପ୍ତାନୀରେ ଋଷ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ୟୁକ୍ରେନ ୫ମ ସ୍ଥାନରେ ରହିଛି । ଏହି ଦୁଇ ରାଷ୍ଟ୍ର ଯୁଦ୍ଧରେ ଲିପ୍ତ ରହିଥିବା ବେଳେ ବାର୍ଲି ଯୋଗାଣ ଗଭୀର ଭାବରେ ପ୍ରଭାବିତ ହୋଈଛି । ଏହା ସହିତ ଯୁଦ୍ଧ କାରଣରୁ ତେଲ ଦର ବଢିଥିବାରୁ ପରୋକ୍ଷ ଭାବରେ ଅନ୍ୟ ସମସ୍ତ ଦରଦାମ ମଧ୍ୟ ବଢିବାରେ ଲାଗିଛି । ଏହି ସବୁ କାରଣରୁ ବିଗତ ଏକ ମାସ ମଧ୍ୟରେ ୧୨୦ ବିଲିୟନ ଡଲାର ବା ୯୦ ହଜାର କୋଟି ଟଙ୍କାର ରପ୍ତାନୀ ପ୍ରଭାବିତ ହୋଇଛି ।

ଋଷର ଆକ୍ରମଣ ପୂର୍ବରୁ ୫ ମିଲିୟନ୍ ଟନ୍ ରହିଥିବା ବେଳେ ଏହା ୨୦ ପ୍ରତିଶତ ହ୍ରାସ ପାଇଛି । ତେବେ ଭାରତ ବର୍ତ୍ତମାନ ରକ୍ଷାକର୍ତ୍ତା ଭାବରେ ଇଜିପ୍ଟ, ଚୀନ ଏବଂ ତୁର୍କୀକୁ ଗହମ ରପ୍ତାନୀ କରୁଛି । ଭାରତର ଖାଦ୍ୟ ଯୋଗାଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତୀୟ କୃଷକଙ୍କ ଉଦ୍ୟମ ପାଇଁ ଏଭଳି ସମ୍ଭବ ହୋଇ ପାରିଥିବା କହିଛନ୍ତି । ଭାରତର କାଣ୍ଡଲା ଏବଂ ମୁନ୍ଦ୍ରା ବନ୍ଦରରେ ଭିଡ ବଢିଥିବା କହିଛନ୍ତି ପୀୟୁଷ ଗୋୟଲ ।

Leave A Reply

Your email address will not be published.