ଏଲଆଇସି ଆଇପିଓ ଲଞ୍ଚ

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଆଇପିଓ ଲଞ୍ଚ ହେବାକୁ ଯାଉଛି । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଆଇପିଓ ଲଞ୍ଚ ସାମାନ୍ୟ ବିଳମ୍ବିତ ହୋଇଛି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ ଖୁବ ଶୀଘ୍ର ଏଲଆଇସିର ଆଇପିଓ ଲଞ୍ଚ କରାଯିବ । ଆସନ୍ତା ମାସରେ ହେବାକୁ ଥିବା ଏହି ଆଇପିଓ ଲଞ୍ଚରୁ ଭାରତ ସରକାର ପ୍ରାୟ ୬.୬ ବିଲିୟନ୍ ଡଲାର ବା ୫୦ ହଜାର କୋଟି ଟଙ୍କା ଆୟ କରିବାକୁ ଯାଉଛନ୍ତି । ସରକାର ପ୍ରାୟ ୭ ପ୍ରତିଶତର ଅଂଶଧନ ବିନିବେଶ କରିବାକୁ ଯାଉଛନ୍ତି। ଏଲଆଇସିର ଆଇପିଓ ଲଞ୍ଚ ହେଲେ ଏହା ଭାରତୀୟ ଶେୟାର ବଜାର ଇତିହାସରେ ସବୁଠାରୁ ବଡ ଆଇପିଓ ଲଞ୍ଚ ହେବ ।

ଏଲଆଇସି ଆଇପିଓର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ରହିବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭାରତରେ ଲଞ୍ଚ ହୋଇଥିବା ସବୁଠୁ ବୃହତର ଆଇପିଓ ରହିଛି ପେଟିଏମ୍ । ପେଟିଏମ୍ ୧୮ ହଜାର ୮୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିଲେ ହେଁ ମେ’ ମାସର ମଧ୍ୟ ଭାଗରେ ଏହି ଆଇପିଓ ଲଞ୍ଚ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.