ଅନିୟନ୍ତ୍ରିତ ତୈଳ ଦର, ପୁଣି ବଢ଼ିଲା ୭୫ରୁ ୮୫ ପଇସା

ନୂଆଦିଲ୍ଲୀ: ଅନିୟନ୍ତ୍ରିତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ।  ଆଜି ପୁଣି ପେଟ୍ରୋଲ ଲିଟର ପ୍ରତି ୭୫ରୁ ୮୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଦର ମଧ୍ୟ ୭୫ ରୁ ୮୫ ପଇସା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆଜି ବି ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଓ ଡିଜେଲ ୯୬. ୬୭ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ଗତକାଲି ପେଟ୍ରୋଲ ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଆଜି ମଧ୍ୟ ମୁମ୍ବାଇରେ ପୁଣି ପେଟ୍ରୋଲ ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି । ଆଜିର ବୃଦ୍ଧି ଦରକୁ ମିଶାଇ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୨୦ ଟଙ୍କା ୫୧ ପଇସା ଓ ଡିଜେଲ ୧୦୪ ଟଙ୍କା ୭୭ ପଇସା ରହିଛି ।

Leave A Reply

Your email address will not be published.