ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ଏନ୍‌ଆଇଏର ମୁମ୍ବାଇ ୟୁନିଟ୍‌କୁ ମିଳିଛି । ଏଥିରେ ପ୍ରଧାମନ୍ତ୍ରୀଙ୍କୁ ହତ୍ୟା କରାଯିବା କଥା ଲେଖାଯାଇଛି । ଇ-ମେଲ୍ ମିଳିବା ପରେ ଏନ୍‌ଆଇଏର ନ୍ୟାସ୍‌ନାଲ୍ ୟୁନିଟ୍ ଏହାର ତଦନ୍ତ ଆରମ୍ଭ କରିଛି । ଇ-ମେଲ୍ କରିଥିବା ବ୍ୟକ୍ତି ଏଥିରେ ଲେଖିଛି, ପ୍ରଧାମନ୍ତ୍ରୀଙ୍କୁ ହତ୍ୟା ପାଇଁ ୨୦ କେଜି ଆର୍‌ଡିଏକ୍ସ ମହଜୁଦ ଥିବା ବେଳେ ୨୦ ଜଣ ସ୍ଲିପର୍ ସେଲ୍ ପ୍ରସ୍ତୁତ ଅଛନ୍ତି, ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ନହେବା ପାଇଁ ସେ ଆତ୍ମହତ୍ୟା କରୁଛି ।

ସେହିପରି ଦୁଇ କୋଟି ଲୋକଙ୍କୁ ହତ୍ୟା କରିବା କଥା ମଧ୍ୟ ଏଥିରେ ଲେଖାଯାଇଛି । ଏହାର ସତ୍ୟତା ଏବଂ କେଉଁଠୁ ଏହା ପଠାଯାଇଛି ସେ ନେଇ ଏଜେନ୍ସି ତଦନ୍ତ ଚଳାଇଛି । ମେଲ୍ ଅନୁସାରେ ହତ୍ୟାର ଯୋଜନା ପ୍ରସ୍ତୁତ ସରିଛି ଏବଂ ମେଲ୍ କରିଥିବା ବ୍ୟକ୍ତିର ବହୁ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି । ଏନ୍‌ଆଇଏ ଏହି ଧମକପୂର୍ଣ୍ଣ ଇ-ମେଲ୍ ଗୋଇନ୍ଦା ଏବଂ ସୁରକ୍ଷା ଏଜେନ୍ସିକୁ ମଧ୍ୟ ପଠାଇଛି । ଯେଉଁ ମେଲ୍ ଆଇଡିରୁ ଇ-ମେଲ୍ ଆସିଛି, ତାର ତଦନ୍ତ ଚାଲିଥିବା ବେଳେ ଆଇପି ଆଡ୍ରେସ୍ ଟ୍ରେସ୍ କରି ଅଭିଯୁକ୍ତକୁ ଗିରଫ କରିବା ଉଦ୍ୟମ ମଧ୍ୟ ହେଉଛି ।

Leave A Reply

Your email address will not be published.