କିଏଭ୍ ଉପରେ ଆକ୍ରମଣ ଅବ୍ୟାହତ

କିଏଭ୍‌ : ତୁର୍କୀରେ ୟୁକ୍ରେନ୍ ସହ ମଙ୍ଗଳବାର ଅନୁଷ୍ଠିତ ଶାନ୍ତି ଆଲୋଚନାରେ ରୁଷ୍ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ଖିଲାପ କରିଥିବା ଜଣାପଡିଛି । କିଏଭ୍ ଓ ଚେର୍ନିହିଭ୍ ସହର ନିକଟରୁ ନିଜର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିବ ବୋଲି ରୁଷ୍ ରାଜି ହୋଇଥିଲା ।

ବୁଧବାର ରୁଷ୍ ସେନା ଏହି ଦୁଇଟି ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିଛି। ମଙ୍ଗଳବାର ରାତିରୁ ବୋମାମାଡ ଜାରି ରହିଥିବାରୁ ଦୁଇଟି ସହରର ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ରୁଷ୍ ପ୍ରତିପକ୍ଷ ଭ୍ଳାଡିମୀର ପୁଟିନ୍‌କୁ ‘ଧୋକାବାଜ୍‌’ ବୋଲି ଆକ୍ଷେପ କରିଛନ୍ତି ।

Leave A Reply

Your email address will not be published.