ହତ୍ୟା ମାମଲାରେ ପରିବାରର ୧୦ ଜଣଙ୍କୁ ଆଜୀବନ ଜେଲ୍

ମୋରେନା : ଆଜକୁ ୧୨ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟା ମାମଲାରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଫୌଜଦାରୀ ଅଦାଲତ ମଙ୍ଗଳବାର ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ଏହାବ୍ୟତୀତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୪୦୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୧୦ ନଭେମ୍ବର ୩ରେ ଜମିବାଡି ଗଣ୍ଡଗୋଳକୁ ନେଇ ଏମାନେ ସଂଘବଦ୍ଧଭାବେ ଶିବକୁମାର ନାମକ ବ୍ୟକ୍ତିଙ୍କୁ ନୃଶଂସଭାବେ ହତ୍ୟା କରିଥିଲେ ।

Leave A Reply

Your email address will not be published.