‘ନୋଭାୟା ଗେଜେଟ୍’ର ପ୍ରକାଶନ ବନ୍ଦ

ମସ୍କୋ: ରୁଷ୍‌ର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ‘ନୋଭୋୟା ଗେଜେଟ୍‌’ର ପ୍ରକାଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । କ୍ରେମଲିନ୍ ପକ୍ଷରୁ ଧମକ ମିଳିବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ବାଦପତ୍ରର ସମ୍ପାଦକ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରି ମୁରାତୋଭ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ପର୍ଯ୍ୟନ୍ତ ପ୍ରକାଶନକୁ ବନ୍ଦ ରଖାଯିବ ବୋଲି ସେ କହିଛନ୍ତି ।

୧୯୯୩ରେ ରୁଷ୍‌ର ତତ୍କାଳୀନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚୋଭ୍ ଏହି ସମ୍ବାଦପତ୍ରର ସହ-ପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ନୋଭାୟା ଗେଜେଟ୍ ରୁଷ୍‌ର ଏକମାତ୍ର ସମ୍ବାଦପତ୍ରଭାବେ ପୁଟିନ୍‌ଙ୍କ ଯୁଦ୍ଧ ଡାକରାକୁ ତୀବ୍ର ସମାଲୋଚନା କରୁଛି । ଏପରିକି ୟୁକ୍ରେନ୍ ଶରଣାର୍ଥୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ନିଜର ନୋବେଲ ପଦକ ବିକ୍ରି କରିବେ ବୋଲି ମୁରାତୋଭ୍ ଗତ ସପ୍ତାହରେ ଘୋଷଣା କରିଥିଲେ ।

Leave A Reply

Your email address will not be published.