ହଟିବ କୋଭିଡ କଲର ଟ୍ୟୁନ୍

ନୂଆଦିଲ୍ଲୀ : ମୋବାଇଲ ଫୋନ୍‌ରେ ବାଜୁଥିବା କୋଭିଡ୍ କଲର ଟ୍ୟୁନ୍‌କୁ ଖୁବଶୀଘ୍ର ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ଅତି ନଗଣ୍ୟସ୍ତରରେ ପହଞ୍ଚିଥିବାରୁ ଏହି କଲର ଟ୍ୟୁନ୍‌ର ସେଭଳି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

୨୦୨୦ ମାର୍ଚ୍ଚରେ ବିଏସ୍‌ଏନ୍‌ଏଲ ସମେତ ସବୁ ଘରୋଇ ଟେଲିଫୋନ୍ ଉପଭୋକ୍ତା କମ୍ପାନୀ ଏହି କଲର ଟ୍ୟୁନ୍ ପ୍ରଚଳନ କରିଥିଲେ । ସରକାରଙ୍କ ଏଭଳି ନିଷ୍ପତ୍ତିରେ ଗ୍ରାହକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.