ଏୟାର୍ଟେଲ୍ ବକେୟା ସ୍ପେକ୍ଟ୍ରମ ଦେୟଦେଲା

ନୂଆଦିଲ୍ଲୀ : ଭାରତୀ ଏୟାରଟେଲ୍ ୨୦୧୫ ଆର୍ଥିକ ବର୍ଷର ବକେୟା ସ୍ପେକ୍ଟ୍ରମ୍ ଦେୟର ପେମେଣ୍ଟ୍ କରିଛି । ସ୍ପେକ୍ଟ୍ରମ ସମ୍ବନ୍ଧୀୟ ଏହି ପେମେଣ୍ଟ୍ ୨୦୨୬-୨୭ରୁ ୨୦୩୧-୩୨ ବାର୍ଷିକ ସେଟଲମେଣ୍ଟ ଓ ଏହା ଉପରେ ୧୦% ସୁଧ ଲାଗୁଅଛି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଏୟାର୍‌ଟେଲ୍ ସ୍ଥିରୀକୃତ ସମୟ ପୂର୍ବରୁ ଆବଶ୍ୟକୀୟ ଦେୟ ୮,୮୧୫ କୋଟି ଟଙ୍କା ପେମେଣ୍ଟ୍ କରିଛି ।

ସୂଚନା ଅନୁସାରେ ଗତ ୪ ମାସରେ କମ୍ପାନୀ ନିର୍ଦ୍ଧାରିତ ସମୟ ପୂର୍ବରୁ ୨୪,୩୩୪ କୋଟି ଟଙ୍କାର ପେମେଣ୍ଟ୍ କରିସାରିଛି । ୨୦୧୫ରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ ଆବଶ୍ୟକୀୟ ୮,୮୧୫ କୋଟି ଟଙ୍କା କମ୍ପାନୀ ଦ୍ୱାରା ଦେୟ କରିଦିଆଯାଇଛି ବୋଲି କମ୍ପାନୀ ତରଫରୁ ଏକ ବିବୃତି ଜାରି କରି କୁହାଯାଇଛି ।

Leave A Reply

Your email address will not be published.