ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି; ବୈଠକରେ ‘ନାଟୋ’ ସମୂହର ରାଷ୍ଟ୍ର ଏକାଠି

ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଆରମ୍ଭର ଏକ ମାସ ପରେ ଗୁରୁବାର ନାଟୋର ନେତାମାନେ ବ୍ରସେଲ୍ସରେ ଭେଟ ହୋଇଛି । ଏଠାରୁ ସେମାନେ କହିଛନ୍ତି ଯେ, ଆମେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ବିରୋଧରେ ଲଢ଼ିବା ଓ ଆତ୍ମରକ୍ଷାର ଅଧିକାରକୁ ଜାରି ରଖିବା ପାଇଁ ସୁରକ୍ଷା ସହାୟତା ସହିତ ସମର୍ଥନ କରିବା ଜାରି ରଖିବା । ଏହାରି ମଧ୍ୟରେ ନାଟୋ କହିବା ଅନୁସାରେ ବାଲ୍ଟିକ ସମୁଦ୍ର ଠାରୁ ବ୍ଲାକ ସାଗର ପର୍ଯ୍ୟନ୍ତ ନାଟୋର ମୋଟ ୮ଟି ଆଡ୍ଡା ମୁତୟନ ନେଇ ପ୍ରସ୍ତୁତି ଜାରି ରହିଛି । 

ନାଟୋର ଏହି ଜରୁରୀକାଳୀନ ବୈଠକ ଉପରେ ପୂରା ବିଶ୍ୱ ନଜର ରଖିଥିଲା । କାରଣ ୟୁକ୍ରେନରେ ରୁଷିଆ ବିରୋଧରେ ନାଟୋର କାଉଣ୍ଟର ପ୍ଲାନ ଉପରେ ଜରୁରୀକାଳୀନ ବୈଠକ ଉପରେ ମୋହର ଲାଗିବାର ଥିଲା । ବୈଠକରେ ଯେଉଁ ଚର୍ଚ୍ଚା ହୋଇଛି ପୁତିନ ନିଜର ହିଁ ପରମାଣୁ ଜାଲରେ ଫସିସାରିଛନ୍ତି । ମାତ୍ର ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ବୈଠକରେ ୟୁକ୍ରେନର କୌଣସି ବି ଲାଗ ହୋଇନାହିଁ । ବୈଠକରେ ସିଧାସଳଖ ନାଟୋ ନିଜର ସୁରକ୍ଷା ପାଇଁ ସମସ୍ତ ଯୋଜନା ଉପରେ ଆଲୋଚନା କରିଛି । ପୁତିନଙ୍କ ଉପରେ ନାଟୋର ୩୦ ଦେଶ, ଜୀ-୨୦ର ୭ ଦେଶ ଓ ୟୁରୋପୀୟ ସଂଘର ୨୭ ଦେଶ ଏକତ୍ର ହୋଇ ଚାପ ପ୍ରୟୋଗ କରିବାକୁ ଚାହୁଁଛନ୍ତି ।   

Leave A Reply

Your email address will not be published.