ଦେଶ ପ୍ରତି ବିପଦ ଆସିଲେ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ: କ୍ରେମ୍‌ଲିନ୍

ମସ୍କୋ: ଦେଶ ପ୍ରତି ବିପଦ ଆସିଲେ ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ମଙ୍ଗଳବାର ଦିନ ‘ସିଏନ୍‌ଏନ୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌’କୁ କହିଛନ୍ତି। ଦେଶ ଓ ଦେଶବାସୀଙ୍କ ନିରାପତ୍ତା ନିମନ୍ତେ ଆମର ବିଧି ଅଛି। ସେଥିରୁ ଜଣେ ଆଣିବିକ ଅସ୍ତ୍ର ବ୍ୟବହାରର କାରଣ ସବୁ ଜାଣିପରିବେ।

ୟୁକ୍ରେନ୍‌ ସଂଘର୍ଷ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଯେ, ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ ଏ ବିଷୟରେ ଆପଣଙ୍କର ହୃଦ୍‌ବୋଧ ଅଥବା ଆସ୍ଥା ଅଛି କି ବୋଲି ସାକ୍ଷାତ୍‌କାର ନେଉଥିବା କ୍ରିଷ୍ଟେନ୍‌ ଆମନପ‌ୋର୍‌ ପଚାରିବାରୁ ପେସ୍କୋଭ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପେସ୍କୋଭ୍‌ଙ୍କ ବିବୃତି ସଂକ୍ରାନ୍ତରେ ପଚରା ଯିବାରୁ ପେଣ୍ଟାଗନ୍‌ର ମୁଖପାତ୍ର ଜନ୍‌ କିର୍ବି କହିଲେ, ସମ୍ଭାବ୍ୟ ଆଣବିକ ଅସ୍ତ୍ର ପ୍ରୟୋଗ ସଂକ୍ରାନ୍ତରେ ମସ୍କୋ କହୁଥିବା କଥା ବଡ଼ ବିପଜ୍ଜନକ। ଆଣବିକ ଶକ୍ତିରେ ବଳୀୟାନ୍‌ ଗୋଟାଏ ଦେଶ ଏଭଳି କାର୍ଯ୍ୟ କରିବା ଅନୁଚିତ। ଆମେ ମଧ୍ୟ ପାରୁପର୍ଯ୍ୟନ୍ତ ସବୁ ଦିନ ପରିସ୍ଥିତି ଉପରେ ଦୃଷ୍ଟି ରଖିଛୁ।

Leave A Reply

Your email address will not be published.