ଶ୍ରୀଲଙ୍କାରେ କାଗଜ ଓ କାଳିର ଘୋର ଅଭାବ

ପରୀକ୍ଷା ସ୍ଥଗିତ, ୪୫ ଲକ୍ଷ ଛାତ୍ରଛାତ୍ରୀ ନିରାଶ

କଲମ୍ବୋ : ଶ୍ରୀଲଙ୍କାରେ କାଗଜ ଓ ଛପା କାଳିର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏହାଫଳରେ ଗତ ସପ୍ତାହରେ ଦେଶବ୍ୟାପୀ ବିଭିନ୍ନ ସ୍କୁଲ କଲେଜରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଫଳରେ ଦେଶର ୪୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ୧୯୪୮ ପରଠାରୁ ଶ୍ରୀଲଙ୍କାରେ ପ୍ରଥମ ଥର ଘୋର ଅର୍ଥନୈତିକ ସଙ୍କଟ ଉପୁଜିଛି । ତେଣୁ ବିଦେଶରୁ କାଗଜ ଓ କାଳି କିଣିବାକୁ ଶିକ୍ଷା ବିଭାଗକୁ ଆବଶ୍ୟକ ଅର୍ଥ ମିଳିପାରୁନାହିଁ । ଦେଶରେ ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମୁଦ୍ରା ଗଚ୍ଛିତ ନଥିବାରୁ ଶ୍ରୀଲଙ୍କା ସରକାର ବର୍ତ୍ତମାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ହାତକୁ ଅନାଇ ବସିଛି ।

Leave A Reply

Your email address will not be published.