କୋଭିସିଲ୍ଡ ଗ୍ୟାପ୍ ୮-୧୬ ସପ୍ତାହକୁ ହ୍ରାସ

ନୂଆଦିଲ୍ଲୀ : ଭାରତୀୟଙ୍କୁ ଦିଆଯାଉଥିବା କୋଭିଡ୍ ଟିକା ‘କୋଭିସିଲ୍ଡ୍‌’ର ଦୁଇଟି ଡୋଜ୍ ମଧ୍ୟରେ ଥିବା ଗ୍ୟାପ୍ କୁ ଏନ୍‌ଟିଏଜିଆଇ  ୮ରୁ ୧୬ ସପ୍ତାହକୁ ହ୍ରାସ କରିଛନ୍ତି । ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୧୬ରେ ଦେଶରେ ପ୍ରଥମ ଟିକାକରଣ ଆରମ୍ଭ ହେବା ସମୟରେ କୋଭିସିଲ୍ଡ୍‌ର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ୬ରୁ ୮ ସପ୍ତାହ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା ।

ନିକଟରେ ବିଶ୍ୱସ୍ତରୀୟ ବୈଜ୍ଞାନିକ ପ୍ରମାଣକୁ ଆଧାର କରି ଦୁଇଟି ଡୋଜ୍ ମଧ୍ୟରେ ଗ୍ୟାପ୍‌କୁ ୮-୧୬ ସପ୍ତାହକୁ ହ୍ରାସ କରାଯାଇଛି । ଅପରପକ୍ଷରେ କୋଭାକ୍ସିନ୍‌ର ଦୁଇଟି ଡୋଜ୍ ମଧ୍ୟରେ ଥିବା ୨୮ଦିନର ଗ୍ୟାପ୍ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ଏନ୍‌ଟିଏଜିଆଇଙ୍କ ଏହି ସଂଶୋଧିତ ନିଷ୍ପତ୍ତି କେବେଠାରୁ କାର୍ଯ୍ୟକାରୀ କରାଯିବ, ତାହା ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି ।

Leave A Reply

Your email address will not be published.