ପରମାଣୁ ଯୁଦ୍ଧ ପାଇଁ ପୁଟିନ୍‌ଙ୍କ ସମରାଭ୍ୟାସ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତୀବ୍ର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଦୁଇ ଦେଶ ଭିତରେ ଚାରି ଥର ଶାନ୍ତି ଆଲୋଚନା ହୋଇସାରିଥିଲେ ବି ବାହାରୁନି ସମାଧାନର ବାଟି। ଯୁଦ୍ଧ ସମାଧାନ ହେବା ବଦଳରେ ଏହା ଆହୁରି ଘନେଇବାରେ ଲାଗିଛି। ଏହାରି ଭିତରେ ଏବେ ରୁଷ ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରିପାରେ। ନ୍ୟୁକ୍ଲିଅର ୱାର୍‌ ଡ୍ରିଲ୍‌ ତଥା ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଅନ୍ତାର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସିଗ୍‌ନାଲ ଦେଇଛନ୍ତି। ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି।

ସେପଟେ ପୁଟିନଙ୍କ ପରମାଣୁ ଆକ୍ରମଣ ନିଷ୍ପତ୍ତି କ୍ରେମଲିନର ଅଧିକାରୀଙ୍କୁ ଘୋର ଚିନ୍ତାରେ ପକାଇଛି। ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ, ଯୁଦ୍ଧକୁ ୨୫ ଦିନ ହୋଇଥିଲେ ବି ୟୁକ୍ରେନ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି। ୟୁକ୍ରେନର ପ୍ରତିଆକ୍ରମଣକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ପୁଟିନ୍ । ୟୁକ୍ରେନ ଏକ ଛୋଟ ଦେଶ ହୋଇ ମଧ୍ୟ ଏପରି ଟାଣପଣ ଦେଖାଇବା ତାଙ୍କ ଉପରେ ଭାରି ପଡିବ । ତେଣୁ ପରମାଣୁ ଯୁଦ୍ଧ ପାଇଁ ସମରାଭ୍ୟାସ କରିବାକୁ ଖୋଦ୍ ପୁଟିନ୍ ସୂଚନା ଦେଇଥିବା କହିଛନ୍ତି କ୍ରେମଲିନର ଅଧିକାରୀଗଣ।

Leave A Reply

Your email address will not be published.