ଯୋଗୀଙ୍କ ଦ୍ୱିତୀୟ ପାଳି

ମାର୍ଚ୍ଚ ୨୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ

ଲଖନଉ : ଉତ୍ତର ପ୍ରଦେଶରେ ବହୁମତରେ ବିଜୟୀ ହେବା ପରେ ଭାରତୀୟ ଜନତା ପାଇଁ ଲଗାତାର ୨ୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି । ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ।  ସେ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିବେ । କାର୍ଯ୍ୟକ୍ରମ ସନ୍ଧ୍ୟା ୪ଟାରେ ହେବ ବୋଲି ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଶପଥ ଗ୍ରହଣ ସମାରୋହ ପାଇଁ ଇକାନା ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । 

ସେହିପରି ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଶପଥ ଗ୍ରହଣରେ ସାମିଲ ହେବାକୁ ଆମନ୍ତ୍ରଣ ପଠାଯିବାର ଯୋଜନା ହୋଇଛି । ବିଜେପି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହର ଭବ୍ୟ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିଛି । ପ୍ରତ୍ୟେକ ଜିଲ୍ଲାରେ ଏଲଇଡି ସ୍କ୍ରିନ ଲଗାଯିବ । ଶପଥ ଗ୍ରହଣ ସମାରୋହର ଆୟୋଜନର ପ୍ରସାରଣ କରାଯିବ । କୁହାଯାଉଛି ଯେ, ଲଖନଉର ଇକାନା ଷ୍ଟାଡିୟମରେ ଏହାର ଆୟୋଜନ ହେବ । ବିଜେପି ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ ଅମିତ ଶାହ ଓ ରଘୁବର ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ।  

Leave A Reply

Your email address will not be published.