ପେଗାସସ୍ ଅଫର୍କୁ ମମତା ଗ୍ରହଣ କରିନଥିଲେ

କୋଲ୍‌କାତା : ଇସ୍ରାଏଲୀ ସ୍ପାଇୱେର୍ ପେଗାସସ୍‌ର ଅଫର୍‌କୁ ତାଙ୍କ ସରକାର ଅସ୍ୱୀକାର କରିଦେଇଥିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି । ରାଜନୈତିକ ବିରୋଧୀଙ୍କ ଉପରେ ଗୁଇନ୍ଦାଗିରି କରିବା ନିମନ୍ତେ ଏହି ସ୍ପାଇୱେର୍‌ର ବ୍ୟବହାର ଅସ୍ୱୀକାର୍ଯ୍ୟ ଥିଲା ବୋଲି ମମତା ସାମ୍ବାଦିକମାନଙ୍କୁ କହିଛନ୍ତି । ମମତା କହିଥିଲେ, ପାଞ୍ଚବର୍ଷ ତଳେ ଆମ ପୁଲିସ ବିଭାଗକୁ ଏହି ମେସିନ୍ ବିକିବା ପାଇଁ ସେମାନେ ୨୫ କୋଟି ଟଙ୍କା ଦାବି କରିଥିଲେ । ଘଟଣା ଜାଣିବା ପରେ ସେ ମନା କରିଦେଇଥିଲେ ।

ସୁରକ୍ଷା ଏବଂ ଦେଶବିରୋଧୀ ଗତିବିଧି ରୋକିବାରେ ଏହା ବ୍ୟବହୃତ ହେଉଥିଲେ କଥା ଅଲଗା ହୋଇଥାନ୍ତା । ମାତ୍ର ରାଜନୈତିକ ଉଦ୍ଦେଶ୍ୟରେ ଅଧିକାରୀ ଓ ଜଜ୍‌ମାନଙ୍କ ବିରୋଧରେ ଏହା ବ୍ୟବହୃତ ହେଉଥିବାରୁ ଆମ ପାଇଁ ସ୍ୱୀକାର୍ଯ୍ୟ ନଥିଲା ବୋଲି ସେ କହିଥିଲେ । ପେଗାସସ୍ ସ୍ପାଇୱେର୍ କେବଳ ସରକାରଙ୍କୁ ବିକ୍ରି କରାଯାଉଥିଲା ଏବଂ ଭାରତରେ ଏହା ମାଧ୍ୟମରେ ବିରୋଧୀ ନେତା, ସାମ୍ବାଦିକ ଓ ଅନ୍ୟମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ ହେବା ପରେ ରାଜନୈତିକ ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.